ଓଡିଶା

ରଥଯାତ୍ରା ପ୍ରସ୍ତୁତି :  ସରିଲା ଚକ ନିର୍ମାଣ କାର୍ଯ୍ୟ

(ପୁରୀ) :   ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି ।  ଆଜି (ଗୁରବାର) ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ଚିଛି  ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ସାରି ଗୟଳ ଚିରଣ କାମ ଆରମ୍ଭ କରାଯାଇଛି ।

ସୂଚନାନୁସାରେ, ଏବେ ତିନି ରଥର ଯୋଖା ନିର୍ମାଣ ବି ଆଗେଇ ଚାଲିଛି। ତାଳଧ୍ବଜ ରଥ ୧୬ଟି ଯୋଖାରୁ ୮ଟି, ଦର୍ପଦଳନ ରଥର ୧୨ଟି ଯୋଖାରୁ ୭ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖାରୁ ୫ଟି ଯୋଖା ନିର୍ମାଣ ଶେଷ ହୋଇଛି।

Related posts

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

ଚର୍ଚ୍ଚାରେ ନବୀନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଅଭିନେତା ରଣବୀର ସିଂହ

mahabharatanews

ଧାନ ବିଲରେ ପସିଲା କୁମ୍ଭୀର

mahabharatanews