ଓଡିଶା

ରାଜ୍ୟରେ ଚିନ୍ତା ବଢୁଛି ୧୮ ବର୍ଷରୁ କମ ବୟସ୍କଙ୍କ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ହ୍ରାସ ପାଇଛି । ଏହା ଏକ ଆଶ୍ୱସ୍ତିକର ବିଷୟ । କିନ୍ତୁ ଅନ୍ୟପଟେ ଛୋଟ ପିଲାଙ୍କ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ବର୍ଗର ପିଲାଙ୍କ ସଂଖ୍ୟା ୧୦୪ ଜଣ ଅଛନ୍ତି ।
ଛୋଟ ପିଲାଙ୍କ ସଂଖ୍ୟାରେ ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିଲାଣି । ଅନ୍ୟପଟେ ପୂର୍ବରୁ +୨. ଦଶମ କ୍ଲାସ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ୯ମ ଶ୍ରେଣୀ ଅଫଲାଇନ ପାଠପଢା ଆରମ୍ଭ ହୋଇଛି । ଆଗକୁ ଅନ୍ୟ ଶ୍ରେଣୀଗୁଡିକୁ ଧୀରେ ଧୀରେ ଖାଲିବାକୁ ଲକ୍ଷ୍ୟ ରଖା ଯାଇଛି । ଗୋଟିଏ ପଟେ ସ୍କୁଲ ଖୋଲାଯାଉଛି ଅନ୍ୟ ପଟେ ୧୮ ବର୍ଷରୁ କମ ବୟସ ପିଲାଙ୍କର ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖା ଦେଇଛି । ତେଣୁ ସରକାର ଭାବି ଚିନ୍ତି ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ମନେ ହେଉଛି ।

Related posts

ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ

mahabharatanews

ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍

mahabharatanews

ଟ୍ରକ ପଛପଟେ ପିଟିହେଲା ଆମ୍ବୁଲାନ୍ସ, ୧ ମୃତ

mahabharatanews