ଓଡିଶା

ଏସଓପି ପାଳିନ ପୂର୍ବକ ଖୋଲିଲା ନବମ ଶ୍ରେଣୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ନବମ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ କରାଯାଇଛି । ସକାଳ ୯ଟାରୁ ଦିନ ୧୨ଟା ୩୦ ଯାଏ ନବମ ପିଲାଙ୍କ କ୍ଲାସ ହେବ । ସ୍କୁଲରେ ପ୍ରବେଶ ସମୟରେ ଅଭିଭାବକମାନଙ୍କର ଅନୁମତି ପତ୍ର ଦେଖାଇବା ବାଧ୍ୟତାମୂଳକ ରହିଛି । ଗତ ମାସରୁ ଦଶମ ଓ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି।
ପିଲାଙ୍କ ପାଠ ପଢା ଗତବର୍ଷ ମାର୍ଚ୍ଚ ମାସରୁ ବ୍ୟାହତ ହୋଇଛି । ପାଠପଢା ଉପରେ ପ୍ରଭାବ ପକାଇଛି କରୋନା । ତେଣୁ ସଂକ୍ରମଣ ହ୍ରାସ ପାଇବା ପରେ ଧୀରେ ଧୀରେ ସ୍କୁଲକୁ ସ୍ୱାଭାବିକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସ୍କୁଲ ଖୋଲୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏସଓପି କଡାକଡି ପାଳନ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରି ଛଡ଼ାଯାଉଛି । ସେହିପରି ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।

 

Related posts

ବୃଦ୍ଧି ପାଇଲା ମହଙ୍ଗା ଭତ୍ତା

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ଭିଜିଲାନ୍ସର ରେଡ

mahabharatanews

ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବେଆଇନ ଧାନ ଚାଲାଣ ବେଳେ ଧରପଗଡ଼

mahabharatanews