ଅପରାଧ

୫ ହଜାର ଟଙ୍କା ନେଇ ଭିଜିଲାନ୍ସ କାବୁରେ ମୁରିବାହାଲ ବ୍ଲକ ଏବିଇଓ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ କାବୁ କରି ନେଇଛି ରାଜ୍ୟ ଦୁର୍ନୀତି ନିର୍ବାରଣ ବିଭାଗ । ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ୫ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଛି । ଦାସଙ୍କ ନାମରେ ଅଭିଯୋଗକାରୀଙ୍କ ଅଭିଯୋଗ ପରେ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ।
ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗକାରୀ ଦେବରାଜ ଦାସଙ୍କ ନାମରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ କି, ୨୦୧୮ରେ ତାଙ୍କ ନାମରେ ହୋଇଥିବା ଏକ ଅଭିଯୋଗରେ ହୋଇଥିବା ତଦନ୍ତ ତାଙ୍କ ସପକ୍ଷରେ କରାଇଦେବାକୁ ଦାସ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ସେ ଦାସଙ୍କ ନାମରେ ଭିଜିଲାନ୍ସରେ ଫେରାଦ ଦେଇଥିଲେ ।

 

Related posts

ସ୍କୁଲ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

mahabharatanews

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ମାଓବାଦୀ

mahabharatanews

ଭିଜିଲାନ୍ସ ହାତରେ ଢେଙ୍କାନାଲସ୍ଥିତ ହିନ୍ଦୋଳ ଏନଏସିର କନିଷ୍ଠ ଯନ୍ତ୍ରୀ

mahabharatanews