ଓଡିଶା

ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍ : ଆଇଆଇଟି କାନପୁର

ନୂଆଦିଲ୍ଲୀ : ଅକ୍ଟୋବରରେ ତୃତୀୟ ଲହର ଆସିବା ନେଇ ନ୍ୟାସନାଲ ଇନଷ୍ଟିଚିୟଟ ଡିଜାଷ୍ଟର ମେନେଜ ମେଣ୍ଟ ସତର୍କ ସୂଚନା ଦେଇଛି । ବିଶେଷଜ୍ଞମାନେ ଏନେଇ ଆକଳନ କରିଛନ୍ତି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ , ତେବେ ଏହା ଅକ୍ଟୋବରରେ ପିକ୍ ନେବ । ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଜେସନ ୧୦୦ରୁ ୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ଏହା ମଧ୍ୟରେ ଏକ ଖୁସି ଖବର ଆସିଛି କାନପୁର ଆଇଆଇଟିର ଜଣେ ପ୍ରଫେସର ଦାବି କରିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା କ୍ଷୀଣ। ଆଇଆଇଟି କାନପୁରର ଏହି ପ୍ରଫେସରଙ୍କ ନାଁ ମଣିନ୍ଦ୍ର ଅଗ୍ରୱାଲ। ସେ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍। ଏହାର ମୁଖ୍ୟ କାରଣ ହେଉଛି, ବହୁ ମାତ୍ରାରେ ଟିକାକରଣ ହୋଇସାରିଛି।
ସେ ଆହୁରି କହିଛନ୍ତି, ୟୁପି, ବିହାର, ଦିଲ୍ଲୀ ଭଳି ରାଜ୍ୟ କରୋନା ମୁକ୍ତ ଆଡ଼କୁ ଅଗ୍ରସର ହେଉଛନ୍ତି। ଅକ୍ଟୋବର ସୁଦ୍ଧା ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ମଧ୍ୟପ୍ରଦେଶରେ କରୋନା ସକ୍ରିୟ ମାମଲା ୟୁନିଟ୍ ମାର୍କରେ ପହଞ୍ଚିବ। ଦ୍ୱିତୀୟ ଲହର ପରେ ଅଧିକାଂଶ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି। ଏଥିସହିତ ଦ୍ରୁତ ଗତିରେ ଚାଲିଥିବା ଟିକାକରଣ ଅଭିଯାନର ପ୍ରଭାବ ମହାମାରୀକୁ ରୋକିବାରେ ସଫଳ ହୋଇଛି।
ତାଙ୍କ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ପର୍ୟ୍ୟନ୍ତ ଦେଶରେ କରୋନାର ଆକ୍ଟିଭ କେସ୍ ୧୫ ହଜାର ପାଖାପାଖି ରହିପାରେ। ଏହାର କାରଣ ହେଉଛି ତାମିଲନାଡୁ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଆସାମ ଓ ଅରୁଣାଚଳ ସମେତ ଉତ୍ତର-ପୂର୍ବ ରାଜ୍ୟରେ ସଂକ୍ରମଣ।
ସୂଚନାଯୋଗ୍ୟ ପ୍ରଫେସର ଡକ୍ଟର ମଣିନ୍ଦ୍ର ଅଗ୍ରୱାଲ୍ କରୋନା ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦେଇ ସତର୍କ କରାନ୍ତି। ଏହା ପୂର୍ବରୁ ସେ ଦ୍ୱିତୀୟ ଲହରକୁ ନେଇ ଯେଉଁ ଦାବି କରିଥିଲେ, ତାହା ଠିକ୍ ପ୍ରମାଣିତ ହୋଇଥିଲା

Related posts

ରଥ ଯାତ୍ରାରେ ଲାଗିଲା ରୋକ,ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ କରାଯିବ ପରିକ୍ରମା

mahabharatanews

ବୋର୍ଡ ପରୀକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

mahabharatanews

ଲକଡାଉନ ଅବମାନନା: ୭ ଗିରଫ

mahabharatanews