ଓଡିଶା

ନନ୍ଦନକାନନରେ ୨ ହାତୀ ଅସୁସ୍ଥ: ରକ୍ତ ନମୁନା ସଂଗ୍ରହ

ଭୁବନେଶ୍ୱର: ନନ୍ଦନକାନନରେ ହାତୀ ବଂଶ ଲୋପ ପାଇବା ଆଶଙ୍କା ଦେଖା ଦେଇଛି । ଏବେ ନନ୍ଦନକାନନରେ ୪ଟି ହାତୀ ମଧ୍ୟରୁ ଦୁଇଟି ହାତୀ ଅସୁସ୍ଥ। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଓୟୁଏଟି ଲ୍ୟାବକୁ ପଠାଇଯାଇଛି । ରିପୋର୍ଟ ମିଳିବା ପରେ ସେମାନେ କେଉଁ ରୋଗରେ ପୀଡିତ ହୋଇଛନ୍ତି ତାହା ଜଣାପଡିବ । ଗତ ଦୁଇ ବର୍ଷ ତଳେ ୨୦୧୯ ମସିହାରେ ହର୍ପିସ୍ ଭାଇରସ ଆକ୍ରାନ୍ତରେ ନନ୍ଦନକାନନର ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଚିନ୍ତିତ ହୋଇ ପଡିଥିଲେ ।
ଦୁଇବର୍ଷ ତଳେ ନନ୍ଦନକାନନରେ ଜୁଲି, ଚନ୍ଦନ, ଜଗନ,ଗୌରୀ,ହୀରା ,ବାସନ୍ତୀ,ମାମା,ପ୍ରେମା ନାମକ ୮ଟି ହାତୀ ଥିଲେ । ପ୍ରବେଶ ଫାଟକ ବାମ ପାର୍ଶ୍ବରେ ହାତୀ ମାନେ ଖୋଲାଖୋଲି ଭାବେ ପଡିଆରେ ରହୁଥିଲେ । ପର୍ୟ୍ୟଟକ ହାତୀଙ୍କୁ ଦେଖି ଖୁସି ହେଉଥିଲେ ।
କିନ୍ତୁ ଅଗଷ୍ଟ ୨୦୧୯ ମସିହାରେ ହର୍ପିସ ଭାଇରସ ସଂକ୍ରମଣ ହୋଇ ହାତୀମାନଙ୍କ ପରିସ୍ରାରେ ରକ୍ତସ୍ରାବ ହେବା ସହିତ ରକ୍ତନଳୀରେ ସଂକ୍ରମଣ ହେଲା । ଫଳରେ ୫ ହାତୀ ମୃତ୍ୟୁବରଣ କରିଥିଲେ । ଏବେ ୪ ଟି ହାତୀ ରହିଛନ୍ତି । ଦୁଇଟି ଏବେ ଅସୁସ୍ଥ ହୋଇ ପଡିଛନ୍ତି । ପୂର୍ବ ଭଳି ପରିସ୍ରାରେ ରକ୍ତ ସ୍ରାବ ହେଉଥିବା ଭେଟେନାରୀରୁ ସୁଚନା ମିଳିଛି । ତେବେ ଏମାନଙ୍କ ରକ୍ତ ସଂଗ୍ରହ କରାଯାଇ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଉପନିର୍ଦେଶକ ସଞ୍ଜିତ୍ କୁମାର କହିଛନ୍ତି ।

 

Related posts

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ

mahabharatanews

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

mahabharatanews

ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ସେବା…

mahabharatanews