ଓଡିଶା

 ଟ୍ରଲିରେ ବୁହା ହେଲା ମୃତ ଶରୀର

(ଅଜିତ କୁମାର ସାହୁ/ଜଳେଶ୍ୱର ): ପୁଣି ଶବ କୁ ଅସମ୍ମାନ, ଟ୍ରଲି ରେ ବୁହା ହେଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। ପ୍ରାପ୍ତ ସୁଚୁନା ମୁତାବକ , ରାସଗୋବିନ୍ଦପୁର ଥାନା ଝରିଆ ଗ୍ରାମର କାର୍ଷିକ ସିଂଙ୍କ ସ୍ତ୍ରୀ ଯଶୋଦା ସିଂ(୬୦) ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ। ରାସଗୋବିନ୍ଦପୁର ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ଶବକୁ ଏକ ଟ୍ରଲିରେ ଯୋଗେ ବସ୍ତା ମେଡିକାଲରୁ ୩ କିମି ଦୂରରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ନେଇଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହଁ , ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହିଭଳି ଘଟଣା ସାମ୍ନାକୁ ଆସୁଥିଲେବି ମହାପ୍ରଣାୟମ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହେଉନଥିବା ସ୍ପଷ୍ଟ ବାରି ହେଉଛି । ତେବେ ସାଧାରଣରେ ଏଭଳି ଘଟଣା କୁ ଦୃଢ଼ ନିନ୍ଦା କରାଯିବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଚନ୍ତି ବୁଦ୍ଧିଜୀବୀ।

Related posts

ବାହୁଡା଼ ପ୍ରସ୍ତୁତି : ଆଜି ସନ୍ଧ୍ୟା ୫ଟାରୁ ସାଧାରଣ ଦର୍ଶନ ବନ୍ଦ

mahabharatanews

ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି

mahabharatanews

ଆସନ୍ତା ମାର୍ଚ୍ଚ ୩୧ରୁ କର୍ମଚାରୀଙ୍କୁ ମିଳିବ ଚୂଡାନ୍ତ ପେନସନ

mahabharatanews