ଭାପୁର : ମିଶନ ଶକ୍ତିରେ ବଡଧରଣ ଦୁର୍ନୀତି ସାମ୍ନାକୁ ଆସିଛି । ସରକାରଙ୍କ ମିଶନ ଶକ୍ତି ତରଫରୁ ପ୍ରତି ପଞ୍ଚାୟତରେ ସାଢେ ୪ ଲକ୍ଷ ଟଙ୍କାରହ ଗୃହ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିବା ବେଳେ ମାତ୍ର ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ ଅଂଚଳରେ ଘର ନ ହୋଇ ବିଲ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୩ ଜଣିଆ ଟିମ ତଦନ୍ତକାରି ଫେରିଯାଇଛନ୍ତି । ଭାପୁର ବ୍ଲକର ବିଭିନ୍ନ ପଞ୍ଚାୟତକୁ ରାଜ୍ୟ ମହିଳା ମିସନ ଶକ୍ତି ତରଫରୁ ସାଢେ ୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ମହିଳା ସ୍ୱୟଂ ସହାୟିକାଙ୍କ ପାଇଁ ଗୃହ ନିର୍ମାଣ ବ୍ୟବସ୍ଥା ହୋଇଥିଲା ।
ଏହି ଘଟଣାକୁ ନେଇ ଆଜି ଅପରାହ୍ନ ୨ ଟା ସମୟରେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣିଆ ପ୍ରତିନିଧି ଦଳ ଭାପୁର ବ୍ଲକ୍ କାର୍ଯ୍ୟଳୟରେ ପହଞ୍ଚିଥିଲେ । ସେଠାରୁ ବ୍ଲକ ସହକାରୀ ନିର୍ବାହି ଅଧିକାରୀ ବୃନ୍ଦାବନ ବରିହାଁ, ଫତେଗଡ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀ ମିଳିତ ଭାବରେ ଫତେଗଡ ପଞ୍ଚାୟତ କାର୍ଯ୍ୟାଳୟରେ ପରିସରରେ ଥିବା ଗୃହ ଦେଖିବା ସହିତ ଭାପୁର ପଞ୍ଚାୟତ କାର୍ଯ୍ୟଳୟ , ବଡସହରା ଏବଂ ବାଇଗୁଣିଆ ପଞ୍ଚାୟତ ଗୁଡିକ ବୁଲି ଦେଖିଥିଲେ ।
