ପ୍ରେମ କରି ବିବାହ କରିଥିଲେ, କରୱା ଚୌଥରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣଙ୍କ ମଧୁ । ଗାଲିୟରର ତ୍ୟାଗୀ ନଗରରେ ସ୍ୱାମୀ ଆନନ୍ଦ ଶ୍ରୀବାସ୍ତବ ତାଙ୍କ ସ୍ତ୍ରୀ ମଧୁ ଓ ନିଜର ଦୁଇ ପିଲାଙ୍କ ସହ ରହୁଥିଲେ।
ଆନନ୍ଦ ଓ ମଧୁ ୨୦୧୦ରେ ପ୍ରେମ ବିବାହ କରିଥିଲେ। ୧୬ ବର୍ଷ ଧରି ସେମାନେ ଏକାଠି ରହୁଥିଲେ। କିନ୍ତୁ ଗୁରୁବାର ପାରିବାରିକ କଳହରୁ ଆନନ୍ଦ ଘଟାଇଛନ୍ତି ଭୟଙ୍କର କାଣ୍ଡ। ସେ ସ୍ତ୍ରୀ ମଧୁଙ୍କ ମୁଣ୍ଡକୁ ଭୟଙ୍କର ÿଢ଼େଙ୍ଗରେ ପିଟି ହତ୍ୟା କରିଛନ୍ତି। ହତ୍ୟା ପରେ ସେ ପୁଲିସ୍ ନିକଟରେ ପହଞ୍ଚି ଆତ୍ମସମର୍ପଣ ମଧ୍ୟ କରିଛନ୍ତି। ପୁଲିସ୍ ମଧୁଙ୍କ ହତ୍ୟା ଘଟଣାରେ ଆନନ୍ଦଙ୍କୁ ଗିରଫ କରିଛି।
ମଧୁ ଓ ଆନନ୍ଦଙ୍କ ପିଲାମାନେ ପୁଲିସକୁ କହିଛନ୍ତି ଯେ ପ୍ରାୟ ସବୁବେଳେ ବିଭିନ୍ନ କାରଣକୁ ନେଇ ବାପା ମା’ଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ହତ୍ୟା ଘଟଣାର ଦିନକ ପୂର୍ବରୁ ରୋଷେଇକୁ ନେଇ ମଧ୍ୟ ମଧୁ ଓ ଆନନ୍ଦଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି କାରଣ ପାଇଁ ଯେ ଆନନ୍ଦ ପତ୍ନୀ ମଧୁଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ୍ କହିଛି ।
