ଓଡିଶା

ଗାଇ ଫସଲ ଖାଇବାରୁ ମହିଳାଙ୍କୁ ମାଡ

(କୋରାପୁଟ) ; ଗାଇ ଫସଲ ଖାଇଗଲା ବୋଲି ମହିଳାଙ୍କୁ ମାଡ ମାରିଥିବା ସରପଞ୍ଚଙ୍କ ନାଁରେ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାକରିଗୁମା ଥାନା ଗୌଡଗୁଡାରେ । ସୂଚନା ଅନୁଯାୟି କିଛିଦିନ ତଳେ କାକରିଗୁମା ଥାନା ଗୌଡଗୁଡାରେ ମହିଳାଙ୍କୁ ଆକ୍ରମଣ ହେଉଥିବାର ଏକ ଭିଡିଓ ଭାଇରଲ ହୋଇଥିଲା । ଏହାକୁ ନେଇ ସରପଞ୍ଚଙ୍କ ବାପାଙ୍କ ବିରୁଦ୍ଧରେ ଉକ୍ତ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ନହେବାରୁ ଦମ୍ପତି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସୁଆଁ ଜମିରେ ମହିଳାଙ୍କ ଗାଇ ପସି ଫସଲ ଖାଈଯିବାରୁ ସରପଞ୍ଚଙ୍କ ବାପା ମହିଳାଙ୍କୁ ଏକ ବାଡ଼ିରେ ମାଡ଼ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ତେଣୁ ନ୍ୟାୟ ପାଇଁ ଆଜି ପୀଡ଼ିତା ମହିଳା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପରପକ୍ଷେ ସରପଞ୍ଚଙ୍କ ବାପା କାକରିଗୁମା ଥାନାରେ ମହିଳାଙ୍କ ସ୍ବାମୀଙ୍କ ନାଁରେ ମରଣାନ୍ତକ ଆକ୍ରମଣ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହିଳାଙ୍କ ସ୍ବାମୀ।

 

Related posts

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ଦ୍ଵିତୀୟ ଦିନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews