ଓଡିଶା

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା ଅଭୟାରଣ୍ୟ

(ନୀଳଗିରି) : ସାଢେ ୪ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା ଅଭୟାରଣ୍ୟ । ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ବାଲିଆନାଳ ଫାଟକ ନିକଟରେ ଅଭୟାରଣ୍ୟ ଭ୍ରମଣ କାର୍ଯ୍ୟକ୍ରମକୁ ଫିତା କାଟି ଉଦ୍‌ଘାଟନ କରିଛନ୍ତି। ଅଭୟାରଣ୍ୟ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ବନ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଚନ୍ଦନ ଓ ମିଠା ଖୁଆଇ ସ୍ବାଗତ କରାଯାଇଥିଲା।

ସୂଚନାନୁଯାୟୀ , ପ୍ରଥମ ଦିନରେ ୯ଟି ଗାଡ଼ିରେ ୩୪ ଜଣ ପର୍ଯ୍ୟଟକ ଅଭୟାରଣ୍ୟ ବୁଲିଛନ୍ତି। କୁଲଡିହା ଅଭୟାରଣ୍ୟ ପ୍ରତି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଋଷିଆ ପ୍ରକୃତି ନିବାସକୁ ଆକର୍ଷଣୀୟ କରାଯାଇଛି। ଏଠାରେ ଥିବା ନେଚର୍ସ କ୍ୟାମ୍ପ୍‌ରେ ରାତ୍ରି ରହଣି ପାଇଁ ୯ଟି ତମ୍ବୁଘର ନିର୍ମାଣ ହୋଇଥିବା ବେଳେ ଖାଦ୍ୟପାନୀୟ, ଶୌଚାଳୟ, ଆଲୋକ ଓ ବୋଟିଂ ଆଦି ସୁବିଧା ଅଛି।

Related posts

ଏସଆରସିଙ୍କ ବନ୍ୟା ମୁକାବିଲାକୁ ନେଇ ସୂଚନା

mahabharatanews

ପାଲଲହଡାରେ ପ୍ରତିଭାବାନ ବ୍ୟକ୍ତୁଙ୍କୁ ସମ୍ମାନିତ

mahabharatanews

 ୨୩ରେ ଖୋଲିବ ହୀରାକୁଦ ଗେଟ୍

mahabharatanews