ରାଜନୀତି

ଅମାନିଆ ବିଧାୟକଙ୍କୁ ଦଳରୁ ନିଲମ୍ବନ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ । ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଆଜି ବିଧାୟକ ସର୍ବସାଧାରଣ ସ୍ଥାନରେ ବାଲୁଙ୍ଗାରେ ଗଣ୍ଡଗୋଳ କରିଥିଲେ । ଆଜି ବାଲୁଙ୍ଗା ଏନଏସି ସମ୍ମୁଖରେ ବିଧାୟକ ବାଲୁଙ୍ଗା ନଗର ମଣ୍ଡଳ ବିଜେପି ସଭାପତିଙ୍କୁ ଧକ୍କାପେଲା ଓ ମାଡପିଟ କରିବାକୁ ନେଇ ଥ।।ନାରେ ହୋଇଥିଲା ଅଭିଯୋଗ । ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦିର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ବିଧାୟକଙ୍କ ନାମରେ ଥିଲା ବହୁ ଗଣ୍ଡଗୋଳ ପରି ଅଭିଯୋଗ । ତେଣୁ ଦଳ ସୁପ୍ରିମୋ ଆଜିର ଅଭିଯୋଗ ପରେ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

Related posts

ବିହାର ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ କାମେଶ୍ୱର

mahabharatanews

ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

mahabharatanews