ଅପରାଧ

ମୁମ୍ବାଇରେ ଜଘଣ୍ୟକାଣ୍ଡ: ଦୁଷ୍କର୍ମ ପରେ ଯୌନାଙ୍ଗରେ ରଡ ପୁରାଇଦେଲେ ଦୁର୍ବୃତ୍ତ

ମୁମ୍ବାଇ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା । ଆଶାଥିଲା, ଫାଶୀ ଦଣ୍ଡ ଦେବା ଦ୍ୱାରା ପୁରୁଷଙ୍କ ମଧ୍ୟରେ ଭୟ ସଂଚାର ହେବ । କିନ୍ତୁ ତାହା ଆଜି ମଧ୍ୟ ସମ୍ଭବ ହେଲା ନାହିଁ । ଏହି ଘଟଣା ପରେ ବରଂ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରି ଘଟଣା ବଢିଚାଲିଛି । ନିର୍ଭୟା ଘଟଣା ପରି ନିର୍ମମ ଓ ଜଘଣ୍ୟ କାଣ୍ଡ ଘଟାଉଛନ୍ତି କିଛି ଯୌନବିକୃତ । ପୁଣି ମୁମ୍ବାଇରେ ଘଟିଛି ଆଉ ଏକ ଜଘଣ୍ୟକାଣ୍ଡ । ଜଣେ ୩୦ ବର୍ଷୀୟା ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଯୌନାଙ୍ଗରେ ରଡ ପୁରାଇ ଦେଇଛନ୍ତି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି ।
ଗୁରୁବାର ମଧ୍ୟରାତ୍ର ପ୍ରାୟ ୩ଟା ୩୦ ମିନିଟରେ ସାକିନାକା ଖୈରାନୀ ରାସ୍ତାରେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ପାଇଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିଲା । ଯୌନାଙ୍ଗରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପୁୁଲିସ ତୁରନ୍ତ ମହିଳାଙ୍କୁ ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରି ତଦନ୍ତ କରୁଛି । ଘଟଣାରେ ସମ୍ପକ୍ତ ଜଣଙ୍କୁ ଗିରଫ କରି ପୁଲିସ ପଚରାଉଚରା ଚଳାଇଛି ।

Related posts

କଦଳୀ ଆଳରେ ଚାଲାଣ ହେଉଛି ଗଞ୍ଜେଇ

mahabharatanews

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

ମର୍ଣ୍ଣିଂ ୱାର୍କରୁ ଅପହରଣ

mahabharatanews