ରାଜନୀତି

ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବ

ଲକ୍ଷ୍ନୌ: ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବାକୁ ଯାଉଛି । ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ କଂଗ୍ରେସ। ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାର ନିଷ୍ପତ୍ତି ମଧ୍ୟ ସେ ନେବେ ବୋଲି କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି। ଆଗ୍ରା ଗସ୍ତରେ ଥିବା ବେଳେ ଖୁର୍ସିଦ ଏହା କହିଛନ୍ତି ।
ଉତ୍ତରପ୍ରଦେଶରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଦାବିଦାରକରିବା ପ୍ରଶ୍ନର ଉତ୍ତରରେ ଖୁର୍ସିଦ କହିଛନ୍ତି, ଏହାର ନିଷ୍ପତ୍ତି ପ୍ରିୟଙ୍କା ଗାନ୍ଧୀ ନେବେ। ଆମେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବୁ। ସେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେ ଆହୁରି କହିଛନ୍ତି, ଉତ୍ତର ପ୍ରଦେଶ ବିଧାନସଭାର ୪୦୩ଟି ଯାକ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ । କୌଣସି ରାଜନୈତିକ ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ।

 

Related posts

ବାଙ୍ଗିରିପୋଶିରେ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

mahabharatanews

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତି

mahabharatanews

ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

mahabharatanews