ଦୀପାବଳି ପରେ ବିଗିଡିଲା ଦିଲ୍ଲୀ ସ୍ଥିତି। ଚାରିଆଡେ ଧୂଆଁ ଧୂଆଁ ଆକାଶ। ଅତ୍ୟଧିକ ବାଣ ଫୁଟିବା ପରେ ଆହୁରି ଖରାପ ହେଲା ବାୟୁର ଗୁଣବତ୍ତା। ସକାଳ ୬ଟାରେ ଦିଲ୍ଲୀର ୧୫ଟି ସ୍ଥାନରେ ୪୦୦ ଉପରେ ରହିଛି ଏୟାର କ୍ବାଲିଟି ଇଣ୍ଡେକ୍ସ। ସୋନିଆ ବିହାର ସବୁଠୁ ଅଧିକ ପ୍ରଭାବିତ; ଇଛଓ ୪୪୯ ରହିଥିବା ବେଳେ ଅତି ଖରାପ ସ୍ଥିତିରେ ରହିଛି ବାୟୁ ଗୁଣବତ୍ତା। ଦ୍ବିତୀୟରେ ବୁରାରୀ ଇଛଓ ୪୪୫, ତୃତୀୟରେ ବିବେକ ବିହାର ଇଛଓ ୪୪୧ ରହିଛି। ସେହିପରି ଜାହାଙ୍ଗିରପୁରାରେ ୪୩୩ , ଘାଜିପୁରରେ ୪୧୮, ଇଣ୍ଡିଆ ଗେଟରେ ୩୮୧, ଅକ୍ଷରଧାମ ନିକଟରେ ୩୩୭ ଇଛଓ ରହିଛି। ଦିଲ୍ଲୀର ଆରକେ ପୁରମ, ଦ୍ୱାରକା, ଆଇଆଇଟି ଦିଲ୍ଲୀ, ମଥୁରା ରୋଡ୍ ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାୟୁର ମାନ ଅତ୍ୟନ୍ତ ଖରାପ ରହିଛି। ଓଭରଅଲ୍ ଇଛଓ ୩୬୬, ଯାହାକି ‘ଅତ୍ୟନ୍ତ ଖରାପ’ ବର୍ଗରେ ଅନ୍ତର୍ଭୁକ୍ତ। ଚାରିଆଡ଼େ ବିଷାକ୍ତ ଧୂଆଁର ଆସ୍ତରଣ ଯୋଗୁଁ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାର ଆସୁନାହିଁ।
previous post
