ପ୍ରଯୁକ୍ତି

କୋଭାକ୍ସିନକୁ ମିଳିବ ଡବ୍ଲୁଏଚଓ ମାନ୍ୟତା

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ଚଳିତ ମାସ ସୁଦ୍ଧା ମାନ୍ୟତା ମିଳିବ। କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ ଡବ୍ଲୁଏଚଓ। ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନକୁ ନେଇ ଦିଆଯାଇଥିବା ଉତ୍ତରରେ ଡବ୍ଲୁଏଚଓ ସନ୍ତୁଷ୍ଟ ଥିବା ଜଣାପଡିଛି । ତେଣୁ ଏହାକୁ ଅନୁମୋଦନ ମିଳିବା ପଥ ପରିସ୍କାର ହୋଇଥିବା ଭାରତ ବ।।ୟୋଟେକ ପକ୍ଷରୁ ସୂଚନା ମିଳିଛି ।
କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ଦେଇ ନଥିବାରୁ ଏହି ଟିକାକୁ ବହୁ ରାଷ୍ଟ୍ର ବୈଧ ମାନୁ ନାହ।।ନ୍ତି ତଥା ବିଦେଶକୁ ଯାଉଥିବା ଭାରତୀୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ହେଉଛି । ଡବ୍ଲୁଏଚଓର ମାନ୍ୟତା ପରେ କୋଭାକ୍ସିନକୁ ସବୁ ରାଷ୍ଟ୍ର ବୈଧ ବିବେଚନା କରିବେ। କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି ହୋଇଛି।

 

Related posts

ଜିଓ କୃଷି ଜରିଆରେ ଚାଷୀଙ୍କୁ ମିଳିବ ମହତପୂର୍ଣ୍ଣ ତଥ୍ୟ

mahabharatanews

ଇସ୍ରୋର ସବୁଠୁ ଓଜନିଆ ରକେଟରେ ସଫଳ ଉତକ୍ଷେପଣ

mahabharatanews

ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

mahabharatanews