ଦେଶ ବିଦେଶ

ଭିକ ମାଗି ଚଳୁଥିଲେ, ଘରୁ ମିଳିଲା ୯ ଲକ୍ଷ

ଏଣେତେଣେ ଭିକ ମାଗି ଚଳୁଥିଲେ, ଗୋଟିଏ ଛୋଟ ଘରେ ରହୁଥିଲେ।ଭିକ ମାଗି ଯେଉଁ ପଇସା ମିଳୁଥିଲା ସେଥିରେ ବଞ୍ଚୁଥିଲେ। ମହିଳାଙ୍କ ମୃତ୍ୟୁ ପେର ତାଙ୍କ ଘରୁ ଯାହା ବାହାରିଲା ସମସ୍ତଙ୍କୁ କରିଛି ଚକିତ। ଭିକ ମାଗି ଚଳୁଥିବା ବୃଦ୍ଧାଙ୍କ ଘରୁ ମିଳିଛି ପୁଳାପୁଳା ଟଙ୍କା। ଗୋଟିଏ କି ଦୁଇଟି ନୁହେଁ, ୩୦ଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଟଙ୍କାକୁ ସ୍ଥାନୀୟ ଲୋକମାନେ ଘର ଭିତରୁ ପାଇବା ପରେ ପୂରା ସ୍ତବ୍ଧ ହୋଇ ଯାଇଛନ୍ତି। ବୃଦ୍ଧାଙ୍କ ଘର ଭିତରୁ ୯ ଲକ୍ଷ ଟଙ୍କା ଲୋକମାନେ ଠାବ କରିଛନ୍ତି।  ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି କର୍ଣ୍ଣାଟକା ଗୁଟ୍ଟାଲୁ ରୋଡର ସବଦରିୟାବାଦ ମୋହାଲାରେ।

କର୍ଣ୍ଣାଟକାର ଗୁଟ୍ଟାଲୁ ରୋଡର ସବଦରିୟାବାଦ ମୋହାଲାରେ ରହୁଥିଲେ ନୁର। ସେ ଗୋଟିଏ ଛୋଟିଆ ଘରେ  ରହିବା ସହ ଆଖପାଖ ଅଞ୍ଚଳ ଓ ଟ୍ରାଫିକ ପୋଷ୍ଟ ନିକଟରେ ଭିକ୍ଷାବୃତ୍ତି କରନ୍ତି। ଦୁଇ ବର୍ଷ ତଳେ ତାଙ୍କ ସହ ରହୁଥିବା ଭଉଣୀଙ୍କ  ମୃତ୍ୟୁ ହୋଇଥିଲା। ଉଭଣୀଙ୍କ ଦେହାନ୍ତ ପରେ ନୁର ଏକାକୀ ଘରେ ରହୁଥିଲେ। ତାଙ୍କର ଦୁଇ ଭାଇ ଥିଲେ ହେଁ କେହି କେବେ ଆସୁ ନଥିଲେ। ସବୁବେଳେ ସେ ପର ହାତ ଟେକାକୁ ଅପେକ୍ଷା କରି ଜୀବନ ବିତାଉଥିଲେ ନୁର। କିନ୍ତୁ ନିକଟରେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା। ନୁରଙ୍କ ଦେହାନ୍ତ ହେବାରୁ ସ୍ଥାନୀୟ ଲୋକ ଓ ତାଙ୍କର ଦୁଇ ଭାଇ ସେଠାରେ ପହଞ୍ଚିଥିଲେ। ପ୍ରଥମେ ନୁରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ପରେ  ନୁର ରହୁଥିବା ଘରେ ଥିବା ୩ଟି ବସ୍ତା ଦେଖିବାକୁ ମିଳିଥିଲା।  ଏହି ବସ୍ତା ଗୁଡ଼ିକ ଯାଞ୍ଚ କରିବା ସମୟରେ  ହଜାର ହଜାର କଏନ ଓ ବସ୍ତାବସ୍ତା ଟଙ୍କାର ନୋଟ ମିଳିଥିଲା। ୧୦, ୨୦ ଓ ୫୦ ଟଙ୍କିଆ ନୋଟ ସହ କଏନଗୁଡ଼ିକୁ ୩୦ଟି ବସ୍ତାରେ ରଖାଯାଇଥିଲା। ନୁର ଭିକ୍ଷାବୃତ୍ତି କରି ପାଉଥିବା କଏନ ଓ ନୋଟକୁ ବସ୍ତାରେ ରଖୁଥିବା ଏବେ ଲୋକମାନେ ଜାଣିବାକୁ ପାଇଛନ୍ତି। ୩୦ ବସ୍ତା ଟଙ୍କା ଭତ୍ତି ବସ୍ତା ମିଳିବା ପରେ ଏହାକୁ ଗଣତି ଆରମ୍ଭ କରାଯାଇଥିଲା। ମୋଟ ଉପରେ ନୁରଙ୍କ ଘରୁ ୮.୪୦ ଲକ୍ଷ ଟଙ୍କା ମିଳିଥିଲା।

Related posts

ଜୁଲାଇ ୯ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

mahabharatanews

ଭାରତ ବଜାରରେ ପ୍ରବେଶ କରିପାରିବନି ବିଦେଶୀ ଦସ୍ୱଜ୍ଞା ଜାତୀୟ ଦ୍ରବ୍ୟ

mahabharatanews

ମୋ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗ ମିଥ୍ୟା – ହସିନା

mahabharatanews