ଓଡିଶା

ଖୋଲାଯିବ ୬ଟି ଗେଟ୍

(ସମ୍ବଲପୁର): ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ମହାନଦୀ ଓ ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବଢ଼ିଛି । ହୀରାକୁଦ ଡ୍ୟାମ୍ର ଜଳଧାରଣା କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଆଜି ସକାଳ ୯ଟାସୁଦ୍ଧା ୬୨୬.୨୭ ଫୁଟ ରହିଥିଲା । ଏନେଇ ସ୍ଥିତିକୁ ଅନୁଧ୍ୟାନ କରି ଡ୍ୟାମ୍ କର୍ତ୍ତୁପକ୍ଷ ଆଜି ଅପରାହ୍ନ ୫ଟାରେ ୬ଟି ଗେଟ୍ ଖୋଲାଯିବାର ନିଷ୍ପତି ନେଇଛନ୍ତି । ତେବେ ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧.୯୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତଳ ମୁଣ୍ଡ ଓ ଉପର ମୁଣ୍ଡ ସ୍ଥିତିକୁ ବିଚାର କରି ଆମେ ୬ଟି ଗେଟ୍ ଖୋଲିବାର ନିଷ୍ପତି ନେଇଛୁ । ସେ ଆହୁରି କହିଛନ୍ତି ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିଲେ ତଳ ମୁଣ୍ଡରେ ବନ୍ୟାସ୍ଥିତି ଉପୂଜିବ ନାହିଁ । କାରଣ ମାତ୍ର ୧ ଲକ୍ଷ କ୍ୟୁସେକ ଜଳ ଛଡ଼ାଯିବ ।

Related posts

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥକାମ ଅନୁକୂଳ

mahabharatanews

ଖୋଲିବନି ଶ୍ରୀମନ୍ଦିର ୪ ଦ୍ୱାର 

mahabharatanews

ଗର୍ଭବତୀଙ୍କୁ ଖଟିଆରେ ୩୦ କିମି ବୋହିଲେ ଡାକ୍ତର

mahabharatanews