ଓଡିଶା

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ । ଆସନ୍ତା ୨୦ ତାରିଖରେ ଚନ୍ଦନଯାତ୍ରା ଆରମ୍ଭ ହେବ। ଅକ୍ଷୟତୃତୀୟା ଠାରୁ ଶ୍ରୀମନ୍ଦିରରେ ହେଉଥିବା ଏହି ପ୍ରଧାନ ପର୍ବକୁ ଶୃଙ୍ଖଳିତ ଭାବେ ପାଳନ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଯୋଜନା କରିଛି। ଆଜି ଅପରାହ୍ନ ୫ଟାରେ ଏନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ବସିବ। ବୈଠକରେ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ଅନୁମୋଦନ ଓ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ ।

ଆସନ୍ତା ୨୦ ତରିଖ ଦିନ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମଦନମୋହନ ବିଜେ କରି ବିରାଟ ରୋଷଣୀ ଭିତରେ ନରେନ୍ଦ୍ର ଚକଡ଼ାକୁ ବିଜେ କରିବେ । ଏହାଙ୍କ ସହିତ ପଞ୍ଚ ମହାଦେବ ଯମ୍ବେଶ୍ବର, ମାର୍କଣ୍ଡେୟ, ଲୋକନାଥ, କପାଳମୋଚନ ଓ ନିଳକଣ୍ଠ ବିଜେ ପ୍ରତିମାମାନେ ନିଜ ନିଜ ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିବେ । ଏଠାରେ ଠାକୁରମାନେ ଡଙ୍ଗାରେ ବିଜେ କରି ଚାପ ଖେଳିବେ। ଚନ୍ଦନ ମଣ୍ଡପ ଚନ୍ଦନ କୁଣ୍ଡରେ ବିଜେ କରି ଗ୍ରୀଷ୍ମରେ ଥଣ୍ଡା ଅନୁଭୂତି ପାଇବାର ମାନବୀୟ ଲୀଳା କରିବେ । ମହାପ୍ରଭୁମାନଙ୍କୁ ଶୀତଳ ମଣୋହି କରିବେ । ଏହି ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ବହୁ ଭିଡ଼ ସମାଗମ ହେବ । ତେଣୁ ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳାରକ୍ଷା, ଠାକୁରଙ୍କ ସୁରକ୍ଷିତ ଯାତ୍ରା ସାଙ୍ଗକୁ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା ଆଣିବାକୁ ବୈଠକରେ ଆଲୋଚନା ହେବ । ସେପଟେ ୮ ତାରିଖ ବୁଧବାର ବାହାର ରତ୍ନଭଣ୍ଡାର ଗଣତିମଣତି ହେବାକୁ ଥିବାରୁ ଛତିଶା ନିଯୋଗ ବୈଠକରେ ଏହାର ସୁପରିଚାଳନା ଜନିତ ନୀତି ଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Related posts

ଆଜି ରାଜଧାନୀରୁ ୧୨୮ କରୋନା ପଜିଟିଭ ଚିହ୍ନଟ

mahabharatanews

ମହାନଦୀ ନେତ୍ର ଚିକିତ୍ସାଳୟର ପ୍ରତିଷ୍ଠା ଦିବସ ପାଳିତ

mahabharatanews

୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ

mahabharatanews