ଓଡିଶା

ଏଯାବତ ୬ ଜଣଙ୍କ ଜୀବନ ନେଲାଣି ଲଗାଣ ବର୍ଷା

(ଭୁବନେଶ୍ୱର) ; ତିନିଦିନର ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଅ।।ଉ ଏହି ଲଗାଣ ବର୍ଷାରେ ଏଯାଏଁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି । ତେବ ସର୍ବାଧିକ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇତିବା ବେଳେ ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ନିଖୋଜ ଥିବା ଦୁଇ ଜଣ ହେଲେ କଟକ ଜିଲ୍ଲାର ନିଶ୍ଚିତ କୋଇଲି ଅଞ୍ଚଳରୁ ଜଣେ ଏବଂ ବଲାଙ୍ଗିର ଜିଲ୍ଲାର ପୁଇଁତଳା ଅଞ୍ଚଳରୁ ଜଣେ । ସୂଚନା ଅନୁଯାୟୀ ହୀରାକୁଦ ଉପରୁ ମୁଣ୍ଡରେ ବର୍ଷା ହେତୁ ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ ସମେତ ବ୍ରାହ୍ମଣୀ , ଖରସ୍ରୋତା , ଓ ବୈତରଣୀରେ ଜଳ ସ୍ତର ବଢିବାରେ ଲାଗିଛି ।

Related posts

ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡସେନ

mahabharatanews

ରାଜ୍ୟରେ ବଢୁଛି ଶୀତ, ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ 

mahabharatanews

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews