ବିଶେଷମନୋରଞ୍ଜନ

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା: ରୁମ୍ ନମ୍ବର ୨୦୧ ବ୍ଲ୍ୟୁପ୍ରିଣ୍ଟ

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ୱିଷ୍ଟ।  ମୁମ୍ବାଇର ଅନ୍ଧେରୀ ଇଷ୍ଟ ଅଞ୍ଚଳ ରେ ଥିବା  ରୁମ୍ ନମ୍ବର ୨୦୧ରେ ହୋଇଥିଲା ମସୁଧା। ରୁମ ଭିତରେ ରହି ସେ ଟାଇଗରଙ୍କୁ ଗୁଳିମାଡ଼ କରିବାର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ  କରାଯାଇଥିଲା। ଏହି ରୁମ ଭିତରେ ୫ ଦିନ କାଳ ରହିଥିଲେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ କରିଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଶୁଟର୍।

ହୋଟେଲର ଭଡ଼ା ବାବଦରେ ଦିନକୁ ୧୫୦୦ ଟଙ୍କା ଦେଉଥିଲେ। ପ୍ରକୃତ ପରିଚୟ ଗୋପନରଖି ସେମାନେ ନିଜକୁ ହରିୟାଣାର ହିର୍ସାର ବାସିନ୍ଦା ବୋଲି କହିଥିଲେ। ପରିଚୟ ଗୋପନ ରଖି ୨୦୧ ନମ୍ବର ରୁମ ପାଇବା ପରେ ସେଠାରେ ଆରମ୍ଭ କରିଥିଲେ ଆକ୍ରମଣ ପାଇଁ ମସୁଧା।

ସୂତ୍ର ଅନୁସାରେ, ୫ ଦିନ କାଳ ହୋଟେଲରେ ରହିବା ସମୟରେ ଦୁଇ ଜଣ ଯାକ ଗୋଟିଏ ଅଟୋରେ ବାହାରୁଥିଲେ। ସେମାନେ ବିଭିନ୍ନ ସ୍ଥାନରେ ରେକି କରିବା ସହ ନିଜର ଆକ୍ରମଣ ଯୋଜନାକୁ ଆହୁରି ସୁଦୃଢ଼ କରୁଥିଲେ।

ହୋଟେଲ କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ କିଛି ବି ଜାଣି ପାରି ନଥିଲେ। ଟାଇଗରଙ୍କ ଗୁଳିମାଡ଼ ଘଟଣାର ୨ ଦିନ ପରେ ଅର୍ଥାତ ଅକ୍ଟୋବର ୨୦ରେ ପୁଲିସ୍ ହୋଟେଲକୁ ଆସିବା ପରେ ପୂରା ଘଟଣା ଜଣାପଡ଼ିଥିଲା।

ଘଟଣାରେ ସାମିଲ ଥିବା ଓ ଟାଇଗରଙ୍କୁ ଗୁଳି ମାଡ଼ ବେଳେ ବାଇକ ଚଳାଉଥିବା ଅଭିଯୁକ୍ତ ସମ୍ପର୍କରେ ପୁଲିସ୍ କିଛି କହି ନାହିଁ। ସେ ହୋଟେଲରେ ରହୁଥିଲା କି ନାହିଁ କିମ୍ବା ସେ ଦୁଇ ଅଭିଯୁକ୍ତଙ୍କୁ କେଉଁଠାରେ ଭେଟିବା ପରେ ୩ ଜଣ ଯାକ ଜୁହୁ ସ୍ଥିତ ଫୁଟବଲ ପଡ଼ିଆ ନିକଟରେ ପହଞ୍ଚିଲେ, ସେକଥା ସ୍ପଷ୍ଟ ହୋଇନି।

Related posts

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆସନ୍ତା ୩୦ରେ ହତ୍ୟା ଧମକପୂର୍ଣ୍ଣ ଫୋନ୍ କଲ ଆସିଛି

mahabharatanews

ଗିରଫ ହେଲେ ପୁଷ୍ପା’ର ଅଭିନେତା

mahabharatanews

ଇଡିକୁ ୨ସପ୍ତାହର ସମୟ ମାଗିଲେ ରଣବୀର 

mahabharatanews