ବିଶ୍ୱ

ବର୍ଗର ଭିତରୁ ବାହାରିଲା କଟା ଆଙ୍ଗୁଠି

(ରିପୋଟର୍ସ ଟୁଡେ) ; ଆଜିକାଲିର ଯୁବ ପିଢି ଫାଷ୍ଟ ଫୁଡ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି । ଆଉ ଘର ଖାଦ୍ୟ ଅପେକ୍ଷା ବାହରାର ଚଟପଟା ଖାଇବାକୁ ପସନ୍ଦ କରିଥିାନ୍ତି ଏହି ଯୁବ ପିଢିମାନେ । ତେବେ ଏହି ଫାଷ୍ଟ ଫୁଡକୁ ନେଇ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ସେମିତି ଆଉ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି ଯୁକ୍ତ ରାଷ୍ଟ୍ର ଆମେରିକାର ବୋଲଭିଆରେ । ଯୁବତୀ ଜଣକ ବର୍ଗର ଖାଉଥିଲେ । ଆଉ ସେଥିରୁ ବାହରିଥିଲା ଏକ କଟା ଆଙ୍ଗୁଠି । ଯାହା ସେହି ଯୁବତୀ ଜଣକ ନିଜେ ସେୟାର କରିଛନ୍ତି ଥରେ ଏକ ସୁପରମାର୍କେଟ ଯାଇଥିବା ବେଳେ ବର୍ଗର ଅର୍ଡର କରିଥିଲେ। ଏହାକୁ ଘରକୁ ଆଣି ଗରମ କରି ଖାଇବା ବି ଆରମ୍ଭ କରିଦେଲେ। ଯୁବତୀଜଣକ ବର୍ଗର ଖାଉ ଖାଉ କିଛି ଶକ୍ତି ଜିନିଷ ତାଙ୍କ ପାଟିକୁ ଲାଗିଲା। ତାହା କ’ଣ ବୋଲି ହଠାତ୍ ବୁଝିପାରି ନ ଥିବା ବେଳେ ଉକ୍ତ ଜିନିଷକୁ ବାହାର କରି ସେ ନିରୀକ୍ଷଣ କରି ଦେଖିବାକୁ ଲାଗିଲେ। ଏହାପରେ ଯାହା ଦେଖିଲେ ଚକିତ ହେବା ସହ ଭୟଭୀତ ହୋଇଗଲେ। ଯୁବତୀଙ୍କ ବର୍ଗରରୁ ଏକ କଟା ଆଙ୍ଗୁଠି ବାହାରିଲା।ଏନେଇ ଖୋଳତାଡ଼ କରିବାରୁ ଜଣାପଡ଼ିଲା, ବର୍ଗର ପ୍ରସ୍ତୁତ କରୁଥିବା କମ୍ପାନୀରେ ଜଣେ ଶ୍ରମିକଙ୍କ ୨ଟି ଆଙ୍ଗୁଠି କଟି ଯାଇଥିଲା। ଶ୍ରମିକଜଣକ ବର୍ଗର ପ୍ରସ୍ତୁତ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହେଲେ କମ୍ପାନୀ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇ ନ ଥିଲା। ଉକ୍ତ ଶ୍ରମିକଙ୍କ ୨ ଆଙ୍ଗୁଠି ମଧ୍ୟରୁ ଗୋଟିଏ ବର୍ଗର ଭିତରେ ରହିଯାଇଥିବା ଜଣା ପଡ଼ିଥିବା ବେଳେ ଆଉ ଗୋଟିଏ ଆଙ୍ଗୁଠିର ପତ୍ତା ମିଳୁନି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related posts

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews

ଏକ ଗ୍ରାମ ସୁନାର ଦାମ ଏକ କପ୍ ଚା ଠାରୁ ମଧ୍ୟ କମ୍ ।

mahabharatanews

ଇସ୍ରାଏଲ-ଗାଜା ଯୁଦ୍ଧ: ଗୋଟିଏ ପରିବାରର ୭୬ଜଣ ମୃତ

mahabharatanews