ବିଶ୍ୱ

ଇସ୍ରାଏଲ-ଗାଜା ଯୁଦ୍ଧ: ଗୋଟିଏ ପରିବାରର ୭୬ଜଣ ମୃତ

(ଇସ୍ରାଏଲ) :ଜାତିଂସଘରୁ ଚେତାବନୀ ପରେ ମଧ୍ୟ ଗାଜା ଉପରେ ଇସ୍ରାଏଲ ଏହାର ଆକ୍ରମଣ ଜାରି ରହିଛି । ଆକାଶ ମାର୍ଗରୁ କରୁଛି ଆକ୍ରମଣ । ଶୁକ୍ରବାର ଏହିଭଳି ଆକ୍ରମଣରେ ଗୋଟିଏ ସଂପ୍ରସାରିତ ପରିବାରର ୭୬ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ପ୍ରକାଶ କରିଛନ୍ତି ଜଣେ ଉଦ୍ଧାରକାରୀ ।

ସୂଚନାନୁଯାୟୀ , ଏହାର ଦିନକ ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାର କୌଣସି ସ୍ଥାନ ଆଉ ନିରାପଦ ନୁହେଁ । ଏସ୍ରାଏଲ ଏଭଳି ଆକ୍ରମଣ କରୁଛି ଯେ ମାନବିକ ସହାୟତା ବଣ୍ଟନ କରିବା ମଧ୍ୟ ସମ୍ଭବ ହେଉନାହିଁ । ଉଦ୍ଧାରକାରୀ ଅଧିକାରୀ ମହମ୍ମୁଦ ବାସାଲ ଶନିବାର କହିଛନ୍ତି ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଗାଜାର ଗୋଟିଏ ବଡ଼ କୋଠା ଉପରେ ବୋମା ବର୍ଷଣ କରାଯାଇଥିଲା । ସେମାନେ ସମସ୍ତେ ଗୋଟିଏ ସଂପ୍ରସାରିତ ପରିବାରର ସଦସ୍ୟ । ନିହତ ଲୋକମାନଙ୍କ ମଧ୍ୟରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଜଣେ ଅଧିକାରୀ ଇସାମ ଅଲ୍‌ ମୁଘରାବି ତାଙ୍କ ପତ୍ନୀ ଓ ସେମାନଙ୍କର 5 ଜଣ ସନ୍ତାନ ଥିଲେ । ତେବେ ଏହି ଅଧିକାରୀ ଜଣଙ୍କ ମୃତ ଲୋକମାନଙ୍କର ସଂପୂର୍ଣ୍ଣ ତାଲିକା ଦେଇପାରି ନାହାଁନ୍ତି ।

Related posts

ଗୁଜରାଟର ୭ ଜିଲ୍ଲାରେ ବନ୍ୟା ପରିସ୍ଥିତି

mahabharatanews

ନୋଏଡାର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ

mahabharatanews

ୟୁରୋପର ମୋଷ୍ଟ ୱାଣ୍ଟେଡ୍‌ ଗିରଫ 

mahabharatanews