ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା । ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ଜଣାପଡିଛି । ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ପ୍ରଦାନ କରିଛନ୍ତି । ସେ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳରେ ରହିଛନ୍ତି ବୋଲି ଅମରିନ୍ଦର କହିଛନ୍ତି । ତେବେ ସେ ଆଜି ପଦରୁ ଇସ୍ତଫା ଦେଉଥିବା ପୂର୍ବରୁ ସଂକେତ ଦେଇ ସାରିଥିଲେ ।
ସେ ନିଜ ଇସ୍ତଫାକୁ ନେଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେଇଥିଲେ । ସେ ସୋନିଆଙ୍କୁ କହିଥିଲେ, ଦଳରେ ଅନେକ ଅପମାନିତ ହେଲେଣି । ଆଉ ଅପମାନିତ ହେବାକୁ ଚାହୁଁ ନାହାନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ । ବିନା କାରଣରେ ବ।।ରମ୍ବାର ବିଧାୟକମାନଙ୍କ ବୈଠକ ଡକାଯାଉଛି । ଏହା ତାଙ୍କୁ ଅପମାନିତ କରୁଛି । ସେ ଇସ୍ତଫା ଦେବା ପରେ ଯାହାଙ୍କୁ ଇଛା ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅମରିନ୍ଦର ସୋନିଆଙ୍କୁ ଜଣାଇଦେଇଥିବା କହିଛନ୍ତି ।
previous post
next post
