ବିଶ୍ୱରାଜନୀତି

ଇମ୍ରାନଙ୍କ ଗାଦି ଟଳମଳ !

ଇସଲାମାବାଦ: ଦିନକୁ ଦିନ ପାକିସ୍ତାନ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଢି ଚାଲିଛି ଅଗ୍ନି ପରୀକ୍ଷା । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର ୩୦ ସାଂସଦ ଇମ୍ରାନଙ୍କ ବିରୋଧରେ ଅଟଳ ଥିବା ସତ୍ତ୍ୱେ ଇମ୍ରାନ ବିଚଳିତ ହୋଇପଡ଼ିଛନ୍ତି । ସେପଟେ ନିଜ ଦଳର ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଇମ୍ରାନଙ୍କ ଉଦ୍ୟମ ବିଫଳ ହୋଇଛି । ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସାଂସଦମାନଙ୍କୁ ଅଯୋଗ୍ୟ କରିବା ପ୍ରସଙ୍ଗରେ ସହମତି ନ ଥିବା ସୂଚନା ମିଳିଛି ।ମୁତାହିଦା କ୍ବାମି ମୁଭ୍ମେଣ୍ଟ (ଏମ୍କ୍ୟୁଏମ୍) ସମେତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର କେତେକ ସହଯୋଗୀ ଦଳ ବିରୋଧୀମାନଙ୍କ ପକ୍ଷରୁ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ କେବଳ ସହଯୋଗୀ ଦଳ ନୁହନ୍ତି ପିଟିଆଇର କେତେକ ଏମ୍ପି ମଧ୍ୟ ତାଙ୍କ ବିରୋଧରେ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ସମ୍ଭାବନା ରହିଛି। ଅନ୍ୟପଟେ ବିଦ୍ରୋହୀ ସାଂସଦଙ୍କ ବିରୋଧରେ ଧାରା ୬୩-ଏ ଲଗାଇବା ସହ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ତେହରିକ-ଇ-ଇନସାଫ ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ଏହି ସୂଚନା ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ ଇମ୍ରାନଙ୍କ ପରେ ଶେହବାଜ ସରିଫ ହୋଇପାରନ୍ତି ପାକ୍ ପ୍ରଧାନମନ୍ତ୍ରୀ । ତାଙ୍କର  କିଛିଦିନ ପାରେ ଏ ନେଇ ନିର୍ବାଚନ ହେବ । ଶେହବାଜ ହେଉଛନ୍ତି ପାକ୍ ନ୍ୟାସନାଲ ଅସେମବ୍ଲିରେ ବିରୋଧୀ ଦଳର ନେତା । ଏଥିସହ ସେ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ  ଭାଇ। ଏ ନେଇ ଇମ୍ରାନ କହିଛନ୍ତି, ସେ ଦୁର୍ନୀତିଗ୍ରସ୍ତ, ଚୋର ଓ ଭଣ୍ଡ ବିରୋଧୀ ଦଳଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ଏଥିସହ ଇମ୍ରାନ କୌଣସି ପରିସ୍ଥିତିରେ ବି ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପିଟିଆଇ ସରକାର ଦେଶର ସାମ୍ପ୍ରତିକ ଆର୍ଥିକ ଦୁରବସ୍ଥା ଓ ଆକାଶଛୁଆଁ ଦରଦାମ୍ ବୃଦ୍ଧି ପାଇଁ ଦାୟୀ। ପିଏମଏଲ-କ୍ୟୁ, ଏମକ୍ୟୁଏମ-ପି ଓ ବାଲୋଚିସ୍ତାନ ଆୱାମି ପାର୍ଟି ଉପରେ ଇମ୍ରାନଙ୍କ ଭବିଷ୍ୟତ ନିର୍ଭର କରୁଛି । ଯଦି ଏହି ତିନି ଦଳ ସମର୍ଥନ ନ କରନ୍ତି ତେବେ ସରକାର ତିଷ୍ଠିବା କଷ୍ଟକର ହେବ ।

Related posts

ନିର୍ବାଚନ ଜିତିବା ପାଇଁ ବିଜେପି ନିର୍ବାଚନ କମିଶନକୁ ବ୍ୟବହାର କରିଥିଲା

mahabharatanews

ମମିତାଙ୍କ ପରିବାରକୁ ସାକ୍ଷାତ କରିବେ କଂଗ୍ରେସର ଜାତୀୟ ନେତା

mahabharatanews

ମନ୍ତ୍ରୀଙ୍କ ଦବଙ୍ଗଗିରି, ମହିଳା ଅଧିକାରୀଙ୍କୁ ଠେଙ୍ଗାରେ ପିଟିବାକୁ ଧମକ

mahabharatanews