ରାଜନୀତି

ନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଜୋରଦାର ଲଢେଇ

ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ଵାର ଦ୍ଵାର ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ବିଧାୟକ ପ୍ରଶାନ୍ତ ମୁଦୁଲି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭଳି ନେତା ଭୋଟ ମାଗୁଥିବା ବେଳେ ଡେଲାଙ୍ଗରେ ବିଧାୟକ ଉମା ସାମନ୍ତରାୟ, ସାଂସଦ ପିନାକୀ ମିଶ୍ରଙ୍କ ଭଳି ନେତୁତ୍ଵ ବିଜେଡିକୁ ତାର ଗଡ ଦଖଲ କରିବା ପାଇଁ ଭୋଟରଙ୍କ ଦ୍ଵାରସ୍ଥ ହେଉଛନ୍ତି । ସେପଟେ କଂଗ୍ରେସ ପାଇଁ ସୁର ରାଉତରାୟ, ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଭଳି ନେତା ପିପିଲି ଏନଏଏସି ଓ ବ୍ଲକ ଦାୟିତ୍ଵ ନେଇ କଂଗ୍ରେସ ପ୍ର।ର୍ଥୀ ବିଶ୍ଵକେଶନଙ୍କ ପାଇଁ ପ୍ରଚାର କରୁଥିବା ବେଳେ ପୂବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ବିଧାୟକ ଜୟନ୍ତ ଷଡଙ୍ଗୀ, ବିଜେପି ପ୍ରବକ୍ତା ସମ୍ଵିତ ପାତ୍ରଙ୍କ ଭଳି ନେତା ବିଜେପିକୁ ଜିତାଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।
ସେପଟେ ପିପିଲି ଉପନିର୍ଵାଚନରେ ଉଭୟ ବିଜେପି ଓ ବିଜେଡି ବାହୁବଳ ଓ ଅର୍ଥ ବଳରେ ନିର୍ବାଚନ ଜିତିବା ପାଇଁ ସରକାରୀ କଳକୁ ଅପବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛି ତେବେ ଏହାର ଏହାର ପ୍ରତିକିୟା ରଖିଛନ୍ତି ବିଜେଡି ଏବଂ ବିଜେପି । ବିଜେପି କହିଛି କଂଗ୍ରେସ ପାଖରେ ଲୋକ ନାହାଁନ୍ତି ତାଙ୍କୁ କିଛି ନ ମିଳିବାରୁ ଏଭଳି କଥା କହି ଚର୍ଚ୍ଚା କୁ ଆସିବାକୁ ଚେଷ୍ଟା କରିଛି । ଅପରପଟେ ନିର୍ବାଚନରେ ବିଜେଡିର ବିଜୟ ନିଶ୍ଚିତ ବୋଲି ବିଜେପି କଂଗ୍ରେସ ଜନମତରୁ ଆଭାସ ମିଳିବା ପରେ ବିଜେପି ଦୁର୍ବଳ ହୋଇ ଏଭଳି ଅଭିଯୋଗ କରୁଛି ବୋଲି ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି ।

Related posts

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ

mahabharatanews

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

mahabharatanews

ମୋଦି ସରକାରଙ୍କ 12 ବର୍ଷ ପୂରଣ ଉପଲକ୍ଷେ ବିଜେପି ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ

mahabharatanews