ଓଡିଶା

ଆସନ୍ତା ଜୁନରେ ଉତ୍କଳ ବିଶ୍ୱବିଦ୍ୟାଳୟର ୭ ପ୍ରଫେସର ନେବେ ଅବସର

ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟର ୭ ପ୍ରଫେସରଙ୍କ କାର୍ଯ୍ୟକାଳ ଶେଖ ହେବାକୁ ଯାଉଛି । ଫଳରେ ଜୁନଠାରୁ ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟର ୧୧ଟି ବିଭାଗରେ କେହି ରହିବେ ନାହିଁ ପ୍ରଫେସର । ବର୍ତ୍ତମାନ ପବ୍ଲିକ ଆଡମିନିଷ୍ଟ୍ରେଶନ ବିଭାଗରେ ୨ ଜଣ ଅଧ୍ୟାପକ କାର୍ଯ୍ୟ କରୁଥିବା ବେଳେ ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଆଇନ, ପରିସଂଖ୍ୟାନ, କମ୍ପ୍ୟୁଟର ସାଇନ୍ସ ବିଭାଗରେ ପ୍ରଫେସର ନାହାନ୍ତି । ଆଗକୁ ୭ ପ୍ରଫେସର ଅବସର ନେଲେ ଛାତ୍ରଛାତ୍ରୀ କିପରି ପଢିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
୨୦୨୨ ନଭେମ୍ବରରେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ (ନାକ୍ ଟିମ୍) ଆସିବାକୁ ଥିବାବେଳେ ସେତେବେଳକୁ ସ୍ଥିତି କ’ଣ ଥିବା ତାହା ଚିନ୍ତାଜନକ ଅଟେ । ଅପରପକ୍ଷେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍ ପ୍ରଫେସର ପଦ ଆବଶ୍ୟକ ହେଉଥିବା ବେଳେ ୪୪ଟି ଖାଲିପଡ଼ିଛି । ୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ୪୭ ପଦ ଖାଲି ରହିଛି । ଏହା ବ୍ୟତୀତ ୬୭୯ ଅଣଶିକ୍ଷକ ପଦବୀରେ କେହି ନିୟୋଜିତ ହୋଇ ନାହାନ୍ତି ।

 

Related posts

ରାଜ୍ୟରେ ୩ ବର୍ଷରେ ୨୮୨ ହ।ତୀ ମୃତ୍ୟୁ

mahabharatanews

ଟ୍ରକଡ୍ରାଇଭରକୁ ମରଣାନ୍ତାକ ଆକ୍ରମଣ କରି ଲୁଟିନେଲେ ୨୬.୫୦୦ ଟଙ୍କା

mahabharatanews

ପାରଳାଖେମୁଣ୍ଡିରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

mahabharatanews