ରାଜନୀତି

ପଞ୍ଜାବ କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଗୋଟିଏ ଦିନରେ ଦୁଇ ଦୁଇଟି ଇସ୍ତଫା । ଦଳକୁ ମିଳିଛି ବଡ ଝଟକ।। । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ପଦରୁ ଇସ୍ତଫା ଦେବାର ଅଳ୍ପ କିଛି ଘଣ୍ଟା ପରେ କୋଷାଧ୍ୟକ୍ଷ ପଦରୁ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଅ।। ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ସେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି କି ତାଙ୍କ ଇସ୍ତଫା ପତ୍ରକୁ ତକ୍ରାଳ କାର୍ଯ୍ୟକାରୀ କରାଯାଉ ।
ଚଳିତ ମାସ ୨୧ ତାରିଖରେ ଚହଲଙ୍କୁ ଦଳର କୋଷାଧ୍ୟ ନିଯୁକ୍ତ କରାଯାଇଥିଲା। ସେହିପରି ପ୍ରଗତ ସିଂହ ଓ ଯୋଗିନ୍ଦର ପାଲ ଧିଙ୍ଗାରଙ୍କୁ ଦଳର ସାଧାରଣ ସମ୍ପାଦକ ପଦ ମିଳିଥିଲା। ତେବେ କୋଷାଧ୍ୟକ୍ଷ ପଦରେ ୭ ଦିନ କାର୍ୟ୍ୟ କରିବା ପରେ ଚହଲ ଆଜି ଇସ୍ତଫା ଦେଇଛନ୍ତି। ଚହଲ ହେଉଛନ୍ତି ପଞ୍ଜାବର ଜଣେ ଲୋକପ୍ରିୟ ଅଭିନେତା। ଅନେକ ଗୀତ ଓ ସିନେମାରେ ସେ ଅଭିନୟ କରିଛନ୍ତି।
ତେବେ ଦୁଇ ଜଣ ଦଳ ଛାଡିଥିବା ବେଳେ ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ ଦଳିତ ନେତା ଜିଗ୍ନେଶ ମେୱାନି ସାମିଲ ହୋଇଛନ୍ତି।

 

Related posts

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରୁଛନ୍ତି ନୀତିଶ କୁମାର, ଖୁବ୍ ଶୀଘ୍ର ଦେବେ ଇସ୍ତଫା

mahabharatanews

ନୂଆ ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା ପରେ ଧରାପଡିଲା ପାଣ୍ଡିଆନଙ୍କ ଚାଲ୍

mahabharatanews

ମାଲକାନାଗିରି ଗସ୍ତରେ ଯିବେ ନବୀନ

mahabharatanews