ରାଜନୀତି

ଗୁରଜିତ ସିଂହଙ୍କୁ ନେଇ ପଞ୍ଜାବ କଂଗ୍ରେସରେ ଝଡ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସର କନ୍ଦଳ ଥମିବାର ନାମ ନେଉନାହିଁ । ଚରଣଜିତ ସିଂହ ଚନ୍ନି ନୂଅ।। ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଠିକ ହୋଇଯିବା ବୋଲି ଆଶା କରାଯାଉଥିଲା । କିନ୍ତୁ ତାହାକୁ ଭୁଲ ପ୍ରମାଣିତ କରି ଦେଇଛି ଆଜି ଗୋଟିଏ ଦିନରେ ଦୁଇ ଜଣ ପ୍ରଦେଶ କଂଗ୍ରେସ ସଦସ୍ୟ ଇସ୍ତଫା ଦେବା ପରେ । ପ୍ରଥମେ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଦଳରୁ ଇସ୍ତଫା ଦେଇଥିଲେ । ପରେ କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେଇଥିଲେ । ସିଦ୍ଧୁଙ୍କ ଇସ୍ତଫ।।କୁ ନେଇ କୁହାଯାଉଛି ମୁଖ୍ୟମନ୍ତ୍ରୀ ଚରଣଜିତଙ୍କ ମନ୍ତ୍ରୀମଣ୍ଡଳରେ ଗୁରଜିତ ସିଂହଙ୍କୁ ସାମିଲ କରାଯିବାକୁ ବିରୋଧ କରି ଏପରି କରିଛନ୍ତି ।
ରବିବାର ଦିନ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ବହୁ ବିଧାୟକ ରାଜ୍ୟ କଂଗ୍ରେସର ମୁଖ୍ୟଙ୍କୁ ଏକ ଚିଠି ଲେଖିଥିଲେ। ରାଣା ଗୁରଜିତ ସିଂହଙ୍କ ନାମରେ ବାଲି ଦୁର୍ନୀତି ରହିଛି । ତେଣୁ ଏପରି ବ୍ୟକ୍ତିଙ୍କୁ ମନ୍ତ୍ରୀ ପଦ ଦେବା ଅନୁଚିତ । ଗୁରଜିତ ସିଂହ ବର୍ତ୍ତମାନ କପୁରଥାଲା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ପୂର୍ବରୁ ସେ ୨୦୦୪ ରୁ ୨୦୦୯ ପର୍ୟ୍ୟନ୍ତ ଜଳନ୍ଧର ସାଂସଦ ଥିଲେ। ଉତ୍ତରାଖଣ୍ଡରେ ଜନ୍ମିତ ଗୁରଜିତ ସିଂହ ବର୍ତ୍ତମାନ ପଞ୍ଜାବ ବିଧାନସଭାର ସବୁଠାରୁ ଧନୀ ବିଧାୟକ। ଗୁରଜିତ ନିଜ ବିଧାନସଭା ଆସନରେ ବହୁତ ଲୋକପ୍ରିୟ। ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ୨୦୧୭ ରେ ମନ୍ତ୍ରୀ କରାଯାଇଥିଲା। ଏହା ପରେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ପାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂହ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଇଥିଲେ । ହେଲେ ଯାଞ୍ଚ କମିଟି ଗୁରଜିତଙ୍କୁ କ୍ଲିନଚିଟ ଦେଇଥିଲେ ।

 

Related posts

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

mahabharatanews

ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ ମମତା

mahabharatanews