ଓଡିଶା

ସିଡିଏ ଅଧ୍ୟକ୍ଷ ହେଲେ ଅନିଲ ସାମଲ

କଟକ: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ତଥା କଟକ ମହାନଗର ନିଗମ (ସିଏମସି) ଅଧିକାରୀ ଅନିଲ ସାମଲଙ୍କ ଅବସରର ତତ୍କ୍ଷଣାତ୍ ତାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ଗୁରୁବାର ସିଏମସି ପଦରୁ ସ।।ମଲ ଅବସର ଗ୍ରହଣ କରିଥିବା ବେଳେ ତାଙ୍କୁ ତତ୍କ୍ଷଣାତ୍ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅଧ୍ୟକ୍ଷ ଓ ନିଗମର ପ୍ରଶାସକ ଭାବେ ସେ ଗୋଟିଏ ବର୍ଷ ପାଇଁ କାର୍ୟ୍ୟ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ନିୟମ, ୧୯୮୨ ଧାରା ୩ ଏବଂ ଉପଧାରା ୫ (କ) ଅନୁସାରେ ନଗର ଉନ୍ନୟନ ବିଭାଗ ଏହି ନୂତନ ଦାୟିତ୍ବ ଅର୍ପଣ କରିଛି।
ଏହା ପୂର୍ବରୁ ସାମଲ ଆଇଜିଆର, ଅତିରିକ୍ତ ପରିବହନ ଆୟୁକ୍ତ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିଲେ । ସେ ଯାଜପୁର ଓ ଅନୁଗୋଳ ଜିଲାର ଜିଲାପାଳ ଏବଂ ପର୍ୟ୍ୟଟନ ନିର୍ଦେଶକ ଭାବେ କାର୍ଯ୍ୟ କରି ସଫଳତାର ହାସଲ କରିଥିଲେ। ବିଶେଷକରି ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ମା’ ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ, ବଡ଼ଡାକ୍ତରଖାନା ଉନ୍ନତିକରଣ, ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ, ନୂତନ ବସ ଟର୍ମିନାଲ ଆରମ୍ଭ ଓ ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରଭୃତିରେ ତାଙ୍କର ଭୂମିକା ରହିଥିଲା।

 

Related posts

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

mahabharatanews

ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ପାଟଣାଗଡରେ ବିଶାଳ ଶୋଭାଯାତ୍ରା

mahabharatanews

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews