ରାଜନୀତି

ଆସନ୍ତା ନିର୍ବାଚାନ ପୂର୍ବରୁ ନୂଆ ଦଳ ଗଠନ କରିବେ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା କି ସେ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ଗତକାଲି ଅମରିନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି । ସେ କହିଛନ୍ତି, ସେ କଂଗ୍ରେସରେ ଯୋଗଦେବେ ନାହିଁ କିନ୍ତୁ ବିଜେପିରେ ମଧ୍ୟ ସାମିଲ ହେବେ ନାହିଁ । ଏହା ପରେ କୁହାଯାଉଛି, ସେ ଆସନ୍ତା ନିର୍ବାଚାନ ପୂର୍ବରୁ ନୂଆ ଦଳ ଗଠନ କରିବେ । ଆସନ୍ତା ୧୫ ଦିନ ଭିତରେ ନୂଆ ଦଳର ଗଠନ ପୂର୍ବକ ଘୋଷଣ। କରିବେ ବୋଲି ଜଣାପଡିଛି ।
ଅମରିନ୍ଦର ନୂଆ ଗଠନ କଲେ ତାଙ୍କ ଦଳରେ କଂଗ୍ରେସର ବହୁ ଅସନ୍ତୁଷ୍ଟ ତଥା କୋଣଠେଁସା ହୋଇ ରହିଯାଇଥିବା ନେତା ମାନେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ସେ କୃଷକ ନେତାଙ୍କୁ ମଧ୍ୟ ସାମିଲ କରି ପାରନ୍ତି ନିଜ ଦଳରେ । ଏନେଇ କୃଷକନେତାଙ୍କୁ ଭେଟିବାର ସମ୍ଭାବନା ରହିଛି ।

 

Related posts

ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews

ପଶ୍ଚିମ ବଙ୍ଗ ବିଜେପି ସାଂସଦ ଡାକ୍ତର ଜୟନ୍ତ କୁମାର ରାୟଙ୍କୁ  ଆକ୍ରମଣ

mahabharatanews

ଜଳ, ଜଙ୍ଗଲ ଏବଂ ଭୂମି ବିପଦରେ… କଂଗ୍ରେସର ପ୍ରତିଷ୍ଠା ଦିବସରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ଖାର୍ଗେ

mahabharatanews