ଓଡିଶା

ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବରଗଡରେ ପହଞ୍ଚିଲେ ଏଚଆରପିସି ଟିମ

ବରଗଡ଼: ଗତ ସେପ୍ଟେମ୍ବର ୨୫ ତାରିଖରେ ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଦିନ ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବରଗଡରେ ପହଞ୍ଚିଲେ ହ୍ୟୁମାନ ରାଇଟ ପ୍ରୋଟୋକଲ କନସିଡିରେସନ (ଏଚଆରପିସି) ଟିମ । ପୁଲିସ କୁମ୍ଭାରଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ମାରି ଦେଇଥିବା ନେଇ ଏଚଆରପିସି ନିକଟରେ ଅଭିଯୋଗ ହୋଇଥିଲା ।
ଶୁକ୍ରବାର ଏଚଆରପିସିର ଏକ ଟିମ ତଦନ୍ତ ପାଇଁ ବରଗଡରେ ପହଞ୍ଚିଛନ୍ତି । ଟିମରେ ଅତିରିକ୍ତ ଏସପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସପି ବିଦ୍ୟୁତ ପଣ୍ଡା ରହିଛନ୍ତି । ଉଭୟ ବରଗଡ ଏସପିଙ୍କୁ ଭେଟିବା ପରେ ମୃତକଙ୍କ ପରିବାରକୁ ଭେଟିଥିଲେ । ଏହାପରେ ବରଗଡ ଥାନା ଅଧିକାରୀଙ୍କଠ।।ରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି ।
ସେପ୍ଟେମ୍ବର ୨୫ ତାରିଖରେ ବରଗଡ ଥାନାରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ସନ୍ଦେହଜନକଭାବେ ମୃତ୍ୟୁ ହୋଇଥିଲା । ଏନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ପୁଲିସ ଗୋବିନ୍ଦଙ୍କୁ ପିଟିପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ବରଗଡ଼ ଏସପି ବରଗଡ଼ ଟାଉନ ଥାନାର ୫ ଜଣ ପୋଲିସ କର୍ମଚାରୀଙ୍କୁ କାର୍ୟ୍ୟରୁ ନିବୃତ ରଖିଛନ୍ତି

 

Related posts

ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍

mahabharatanews

୨୪ ଘଣ୍ଟାରେ ଆଉ ୨୬୯୮ ନୂତନ କରୋନା ଚିହ୍ନଟ

mahabharatanews

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

mahabharatanews