ରାଜନୀତି

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକ ପାରାଦୀପ ରାଜପଥ ଅବରୋଧ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦୀପ): ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ରାଜ୍ୟରେ ତେଜିବାରେ ଲାଗିଛି । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କୁଜଙ୍ଗଠାରେ କଟକ ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଉତ୍କଳ ମହିଳା ସମିତି ଜଗତସିଂହପୁର ଜିଲ୍ଲା କମିଟି । ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଏବଂ ଘଟଣାରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ଦ୍ୱାରା କରିବାକୁ ଦାବି କରିଛି କମିଟି । ଏଥିସହିତ ମୃତ ମମିତା ମେହେର ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି । କୁଜଙ୍ଗ ବଜାରରେ ଉତ୍କଳ ମହିଳା ସମିତି ତରଫରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିବା ସହିତ କଟକ ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରିଛି । ଏହି ଅବସରରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଫଳରେ ଶତାଧିକ ଗାଡିମୋଟର ଅଟକ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ନାରୀ ନିର୍ୟାତନା ଚରମ ସୀମା ଅତିକ୍ରମ କରିଥିଲେ ମଧ୍ୟ ସରକାର ଏହାକୁ ସାମ୍ନା କରିବାରେ ବିଫଳ ହେଉଥିବା ନାରୀନେତ୍ରୀ ଜିଣ୍ମୟୀ ମହାପାତ୍ର ପ୍ରକାଶ କରିଛନ୍ତି ।

Related posts

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

mahabharatanews

ଧାନଗଛ ରୋଇଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

mahabharatanews

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବସିଲେ ଆମରଣ ଅନଶନରେ

mahabharatanews