ନିମାପଡା: ଜେଲ୍ ଗଲେ ସରକାରୀ ଜମି ହଡପକାରୀ ତହସିଲଦାର। ଗତକାଲି ଗିରଫ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା ଓ ତାଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କ ଜାମିନ ଆବେଦନ ଖାରଜ ହେବାରୁ ଜେଲ ଯାଇଛନ୍ତି ଦୁଇଭାଇ । ରାମ ଲକ୍ଷ୍ମଣଙ୍କୁ ରିମାଣ୍ଡରେ ନେବାକୁ ଭିଜିଲ।।ନ୍ସର ପରବର୍ତ୍ତୀ କାର୍ଯ୍ୟପନ୍ଥା ରହିଛି ।
ମଙ୍ଗଳବାର ଭିଜିଲାନ୍ସ ହାବୁଡରେ ଦୁର୍ନୀତିଖୋର ତହସିଲଦାର ପଡିବା ପରେ ବହୁ ଗୁମର ପଦାକୁ ଆସୁଛି । ମହାଶୟଙ୍କର ୫ଟି ପ୍ୟାନ କାର୍ଡ ଓ ୩ ବାପା ଥିବା ତଦନ୍ତ ବେଳେ ଜଣାପଡିଛି । ପୂର୍ବରୁ ଭିଜିଲାନ୍ସ ନିକଟରେ ତହସିଲଦାରଙ୍କ ଆୟବହିର୍ଭୁତ ସମ୍ପତ୍ତିକୁ ନେଇ ଅଭିଯୋଗ ଥିଲା । ସେନେଇ ମଙ୍ଗଳବାର ଭୋରରୁ ପୁରୀ, କଟକ ଓ କେନ୍ଦ୍ରାପଡ଼ାରେ ଏକକାଳୀନ ଚଢ଼ାଉ କରି ତାଙ୍କ ନିକଟରୁ ମିଳିଥିଲା ୪ ଲକ୍ଷ ୬୫ ହଜାର ଟଙ୍କା ଓ ନିମାପଡା ସ୍ଥିତ ସରକାରୀ ବାସଭବନରୁ ନଗଦ ୫୦ ହଜାର ଟଙ୍କା ମିଳିଥିଲା ।
ତେବେ ରାମଚନ୍ଦ୍ର ଓ ଭିଜିଲାନ୍ସ ମଧ୍ୟରେ ଏହା ପ୍ରଥମ ସମ୍ପର୍କର ସେତୁ ନୁହେଁ । ପୂର୍ବରୁ ୨୦୧୧ରେ ଏକ ଜାଗା ସେଟେଲମେଣ୍ଟ ବେଳେ ଧରାପଡିଥିଲେ କଟକ ଭିଜିଲାନ୍ସ ହାବୁଡାରେ । ୨୦୧୮ରେ ମଧ୍ୟ ଚାଷ ଜମିର କିସମ ପରିବର୍ତ୍ତନ ଅଭିଯୋଗରେ ଗିରଫ ହୋଇଥିଲେ ।
