ଅପରାଧ

ଇଡିରେ ହାଜର ହେଲେ ଅଭୟ

ଭୁବନେଶ୍ୱର: ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଇଡିରେ ହାଜର । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଚାକିରି ଦେବା ନାଁରେ ଠକେଇ ପରି ଦୁଇଟି ମାମଲାରେ ହୋଇଛନ୍ତି ହାଜର । ପୂର୍ବରୁ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ଜେରା କରିଥିଲା ଇଡି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତଙ୍କ ଘରେ ରେଡ୍ ଭିଜିଲାନ୍ସ ତାଙ୍କ ଆୟଠାରୁ ଠୁଳ ସମ୍ପତ୍ତି ୪୩୫ ଗୁଣା ଅଧିକ ଠାବ କରିଥିଲା । ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ଏବେ ସେ ସର୍ତ୍ତମୂଳକ ଜାମିନରେ ବାହାରିଛନ୍ତି । କିନ୍ତୁ ଚାକିରି ଦେବା ନାମରେ ଠକେଇ ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡିର ଶିକୁଳି ଦୃଢ ହେବାରେ ଲାଗିଛି ।

 

Related posts

କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ

mahabharatanews

୩ ହଜାର ଟଙ୍କା ଲାଞ୍ଚ ନେଉଥିôବା ବେଳେ ଧରାପଡିଲେ ଟ୍ରେଜେରୀ କିରା

mahabharatanews

ବାପା ଓ ସାବତ ମା ମିଶି ଦିବ୍ୟାଙ୍ଗ ପୁଅକୁ ମାରିଦେଲେ

mahabharatanews