ଓଡିଶା

ଇଣ୍ଡୋନେସିଆରେ ବଡଧରଣର ଭୂକମ୍ପ ଝଟ୍‌କା ଅନୁଭୂତ

ଜାକର୍ତ୍ତା: ମଙ୍ଗଳବାର ଇଣ୍ଡୋନେସିଆରେ ବଡଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟାନୁସାରେ, ଭୋର ୩ଟା ୨୦ ମିନିଟ୍ରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ (ୟୁଏସଜିଏସ) ତଥ୍ୟ ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ ହୋଇଛି। ଏହା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା କରାଯାଇ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ମାଉମରର ଉତ୍ତର ଦିଗରୁ ୧୦୦ କି.ମି. ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ସମୁଦ୍ରରେ ୧୮.୫ କି.ମି. ମଧ୍ୟରେ ଏହି ଭୂକମ୍ପ ସୃଷ୍ଟି ହୋଇଛି ।
ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ଏହା ଏକ ଜୋରଦାର କମ୍ପନ ଥିବାରୁ ସୁନାମି ଓ ଭୂସ୍ଖଳନ ଆଶଙ୍କା କରାଯାଉଛି । ଫ୍ୟାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ୧,୦୦୦ କିମି ଅଞ୍ଚଳ ଯାଏ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା କରାଯାଇଛି ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

 

Related posts

୧୭ ପରେ ଆସିପାରେ ଶୀତ

mahabharatanews

ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା

mahabharatanews

୬୫ କେଜି ଗଞ୍ଜେଇ ଜବତ, ୨ ଗିରଫ

mahabharatanews