ସମ୍ବଲପୁର ଶାସନ ସ୍ଥିତ ବିଦ୍ୟା ବିକାଶ ସ୍କୁଲରେ ରାଷ୍ଟ୍ରୀୟ ୟସ୍ୱୟଂସେବକ ସଂଘର ସଂଘ ଶିକ୍ଷା ବର୍ଗ ଏବଂ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ପ୍ରଥମ ସମାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତି ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ସହ ସମ୍ବଲପୁର, ବରଗଡ଼, ଅତାବିରା, ବିଜେପୁର, ନୂଆପଡା ବିଧାୟକ ମାନେ ଯୋଗ ଦେଇଥିଲେ ।
ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ସ୍ବୟଂସେବକ ମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି, ସଂଘ କାର୍ଯ୍ୟର ଅଭିବୃଦ୍ଧି ଏବଂ କାର୍ଯ୍ୟକର୍ତ୍ତା ନିର୍ମାଣ ଉଦ୍ଦେଶ୍ୟରେ ସଂଘ ଶିକ୍ଷା ବର୍ଗ ଆୟୋଜନ ହୋଇଥାଏ । ଉଭୟ ବର୍ଗରେ ୩୬୮ ସ୍ଥାନରୁ ୪୭୯ ଜଣ ଶିକ୍ଷାର୍ଥୀ ସମେତ ମୋଟ ୬୧୪ ଜଣ ଅଂଶଗ୍ରହଣ କରିଥିଲେ । ବର୍ଗରେ ଶାରୀରିକ ପ୍ରଶିକ୍ଷଣ ସହିତ ଦଣ୍ଡ, ଦଣ୍ଡଯୁଦ୍ଧ, ନିଯୁଦ୍ଧ, ଯଷ୍ଟି, ଯୋଗାସନ, ସମତା, ବୌଦ୍ଧିକ ଚର୍ଚ୍ଚା ଏବଂ ସେବାମୂଳକ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l
