ବିଶ୍ୱ

ବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେ

ଫ୍ଲୋରିଡା: ବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେ । କ୍ରୁଜରେ ୪୮ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରେ ୬୦୦୦ ଯାତ୍ରୀ ଥିବା ବେଳେ ସମସ୍ତଙ୍କ ସୁରକ୍ଷାକକୁ ନେଇ ଉଠିଛି ପ୍ରଶ୍ନ । ଗତ ସପ୍ତାହରେ ମିୟାମିରୁ ଜାହାଜରେ ୬ ହଜାରରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଏନେଇ ରୟାଲ କାରବିଆନର ସଂଚାଳକ ଗଣମାଧ୍ୟଢ଼କୁ ସୂଚନା ଦେଇଛନ୍ତି ।
ତେବେ ଆଶ୍ୱସ୍ତିର ବିଷୟ, ଜାହାଜରେ ଥିବା ୯୫ ପ୍ରତିଶତ ଯାତ୍ରୀ ଟିକା ନେଇସାରିଥିଲେ । ଯେଉଁମାନେ ପଜିଟିଭ୍ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ମଧ୍ୟ ଟିକା ନେଇଥିଲେ । ତେବେ ଆକ୍ରାନ୍ତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ରହିଛି କି ନ।।ହିଁ ତ।।ହା ସ୍ପଷ୍ଟ ହୋଇ ପାରି ନାହିଁ । କରୋନା ସଂକ୍ରମିତ ଚିହ୍ନଟ ପରେ କ୍ରୁଜରେ ଥିବା ସମସ୍ତ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ଯାତ୍ରୀଙ୍କ ମଧ୍ୟରୁ କିଛିଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବୋ ପରେ ସେମାନଙ୍କ ପରୀକ୍ଷା କରାଯାଇ ସେମାନ ସଂକ୍ରମିତ ଥିବା ଜଣାପଡିଛି ।

Related posts

ବହୁଦେଶୀୟ ସମରାଭ୍ୟାସରେ ଭାଗ ନେବେ ଭାରତୀୟ ମହିଳା

mahabharatanews

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

mahabharatanews

ପାପୁଆ ନ୍ୟୁ ଗିନିରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

mahabharatanews