ଓଡିଶା

ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବେଆଇନ ଧାନ ଚାଲାଣ ବେଳେ ଧରପଗଡ଼

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟ ବିକ୍ରୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବାକୁ ଜିଲ୍ଲାପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେ ଧାନ କ୍ରୟ ବିକ୍ରୟରେ କଡା ଆଭିମୁଖ୍ୟ ଗ୍ରହଣ ପୂର୍ବକ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ ଚେତାବନୀ ଦେଇଛନ୍ତି । ଜିଲ୍ଲାର ଚାଷୀଙ୍କ ଧାନ ଯେପରି ସୁରୁଖୁରୁରେ ବିକ୍ରି ହୋଇପାରିବ ଏବଂ ବିକ୍ରୀମୂଲ୍ୟ ଚାଷୀଙ୍କ ଜମାଖାତାକୁ ନିର୍ଦ୍ଧିଷ୍ଟ ସମୟ ଅବଧିରେ ଜମା ହୋଇପାରିବ ତାକୁ ସୁନିଶ୍ଚିତ କରିବା ସହ ଚାଷୀଙ୍କ ଟୋକନ ଲାପ୍ସ ନ ହେବ ସେଥିପ୍ରତି ସମ୍ପୃକ୍ତ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରାଯାଇ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ସ୍କ୍ୱାଡ଼ ଗଠନ କରାଯାଇ ମଣ୍ଡି ପରିଦର୍ଶନ ସହ ବ୍ୟବସ୍ଥାର ସୁପରିଚାଳନା ପାଇଁ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖାଯାଇଛି । ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବିଭିନ୍ନ ରାସ୍ତାରେ ଧାନର ବେନିୟମ ଓ ଅସାଧୁ ଧାନଚାଲନ କୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ସନ୍ଦେହ ପୂର୍ଣ୍ଣ ଧାନ ବୋଝେଇ ଗାଡି ସହ ମଣ୍ଡି ଗୁଡିକୁ ଅଚାନକ ଚଢାଉ କରାଯିବାକୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ତା ୦୭/୦୧/୨୨ ରେ ସ୍କ୍ୱାଡ଼ ଦ୍ୱାରା ଦିଗସିରା ମାଁ ସମଲେଶ୍ୱରୀ ଏସଏଚ ଜି ଦ୍ୱାରା ପରିଚାଳିତ ମଣ୍ଡି ପରିଦର୍ଶନ ସହ ଚଢ଼ାଉ କରାଯାଇ ୧୧୫.୦୮ କୁଇଣ୍ଟାଲ ବେ ନିୟମ ଗଛିତ ଧାନକୁ ଜବତ କରାଯାଇଛି, ସେହିପରି ପୃଥକ ପୃଥକ ପାଞ୍ଚ ଗୋଟି ଅତର୍କିତ ଚଢ଼ାଉରେ ଅଦ୍ୟାବଧି ଜିଲ୍ଲାର ବିଭିନ୍ନ ମଣ୍ଡି ତଥା ରାସ୍ତାରେ ଧାନ ବୋଝେଇ ଗାଡି ଗୁଡିକରେ ଚଢ଼ାଉ କରାଯାଇ ସମୁଦାୟ ୭୮୦ କୁଇଣ୍ଟାଲ ବେନିୟମ, ବେ-ଦାବିଦାର ଧାନକୁ ଜବତ କରାଯାଇ ନିକଟସ୍ଥ ଧାନମିଲ ଗୁଡିକରେ ସୁରକ୍ଷିତ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

 

Related posts

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

mahabharatanews

ବେକାବୁ ଡେଙ୍ଗୁ ଆତଙ୍କ; ରାଜଧାନୀରେ ହଜାରେ ପାର 

mahabharatanews

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews