ଅପରାଧ

ପୋଲିସ ପଞ୍ଝାରେ ୫ ମୋବାଇଲ ଲୁଟେରା

ଗୋପ/ ଜୟନ୍ତ ସେଠୀ: ପୁରୀରେ ଆତଂକ ସୃଷ୍ଟିକାରୀ ମୋବାଇଲ ଲୁଟେରା ଗ୍ୟାଙ୍ଗ ପୁଲିସ କବଜାରେ । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମୀ ମୋବାଇଲ, ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ଶୁଭମ ସାହୁ, ଦାମୋଦର ତ୍ରିପାଠୀ, ରୋହନ କୁମାର ଦଳାଇ, ଆର୍ୟ୍ୟନ୍ କୁମାର ପଲ୍ଲେଇ ଓ ମହାବୀର ବେହେରା। ଗତ କିଛି ଦିନ ହେବ ପୁରୀରେ ମୋବାଇଲ ଲୁଟକୁ ନେଇ ଅଭିଯୋଗ ହୋଇଆସୁଥିଲା । ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସିଟି ଡିଏସପି ସୂଚନା ଦେଇଛନ୍ତି ।

 

Related posts

ବିଶ୍ୱାସରେ ବିଷ ଦେଲା ବନ୍ଧୁ

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ

mahabharatanews