ଅପରାଧ

ପୋଲିସ ପଞ୍ଝାରେ ୫ ମୋବାଇଲ ଲୁଟେରା

ଗୋପ/ ଜୟନ୍ତ ସେଠୀ: ପୁରୀରେ ଆତଂକ ସୃଷ୍ଟିକାରୀ ମୋବାଇଲ ଲୁଟେରା ଗ୍ୟାଙ୍ଗ ପୁଲିସ କବଜାରେ । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମୀ ମୋବାଇଲ, ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ଶୁଭମ ସାହୁ, ଦାମୋଦର ତ୍ରିପାଠୀ, ରୋହନ କୁମାର ଦଳାଇ, ଆର୍ୟ୍ୟନ୍ କୁମାର ପଲ୍ଲେଇ ଓ ମହାବୀର ବେହେରା। ଗତ କିଛି ଦିନ ହେବ ପୁରୀରେ ମୋବାଇଲ ଲୁଟକୁ ନେଇ ଅଭିଯୋଗ ହୋଇଆସୁଥିଲା । ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସିଟି ଡିଏସପି ସୂଚନା ଦେଇଛନ୍ତି ।

 

Related posts

ମାନସ ଦାସ ଗିରଫ

mahabharatanews

ଫାଷ୍ଟଫୁଡକୁ ନେଇ ବଚସା ଓ ପରେ ହତ୍ୟା

mahabharatanews

ଫ୍ୟାନରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

mahabharatanews