ଅପରାଧ

ଗଣଧର୍ଷଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ ଵର୍ଷ ସଶ୍ରମ କାରାଦଣ୍ଡ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ୨୦୧୭ର ଏକ ଗଣ ଦୁଷ୍କର୍ମ ମାମଲାରେ ପ୍ରକାଶ ପାଇଛି ରାୟ । କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମୟୂରଭଂଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଲଙ୍ଗଳଶିଳା ଗ୍ରାମରେ ୧୩/୧୨/୨୦୧୭ ମସିହାରେ ଜନୈକ ବିବାହିତା ମହିଳାଙ୍କୁ ଘରୁ ଡାକି ନେଇ ଗଣ ଧର୍ଷଣ କରିଥିଲେ । ଏହି ମାମଲାର ଶୁଣାଣି କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଦୀପକ କୁମାର ଦୁଇ ଅଭିଯୁକ୍ତଙ୍କୁ ୨୦ ଵର୍ଷ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛନ୍ତି । ଅଭିଯୁକ୍ତ ଦୁଇ ଜଣ ହେଲେ ଲଙ୍ଗଳଶିଳା ଗ୍ରାମର ଅଜିତ ଗିରି (୩୫) ଏବଂ ବଳରାମ ନାଏକ(୨୫) । ଏହି କେଶରେ ପୋଲିସ ତଦନ୍ତ , ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାର୍ଶ୍ବିକ ଅବସ୍ଥାକୁ ବିଚାରକୁ ନେଇ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ରାୟ ଶୁଣାଣୀ କରିଛନ୍ତି ।

 

Related posts

ଗଞ୍ଜେଇ ସହିତ ବାଇକ୍ ଜବତ, ଜଣେ ଗିରାଫ

mahabharatanews

ବିଦ୍ୟୁତ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ପୋଖରୀରୁ ଯୁବକଙ୍କ ଉଲଗ୍ନ ରକ୍ତଭିଜା ମୃତଦେହ ଉଦ୍ଧାର

mahabharatanews