ଅପରାଧ

୧୦ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ, ୩ ଗିରଫ

(ମହାଭାରତ, ପାରଳାଖେମୁଣ୍ଡି): ଗଜପତି ଜିଲ୍ଲାରେ ବେଆଇନ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଛି । ଏଥିରେ ସମ୍ପୃକ୍ତ ବ୍ୟବସାୟୀମାନେ ପୋଲିସକୁ ଖାତିର ନ କରି ଖୁଲମଖୁଲା ବେପାର ଚଳାଇଛନ୍ତି । ତେବେ ନିଶା ବେପାରୀଙ୍କୁ ଧରିବା ପାଇଁ ମିଳିଥିବା ସୁଯୋଗକୁ ପୋଲିସ ହାତଛଡା କରିନାହିଁ । ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜେଇ ପୋଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି । ସୂଚନା ଅନୁଯ।।ୟୀ, ଜିଲ୍ଲା ଅନ୍ତର୍ଗତ ଚୁଡଙ୍ଗପୁର ଅଞ୍ଚଳରେ ଗତ ସୋମବାର ଭୋର ସମୟରେ ଏକ କାର ଯୋଗେ ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ ପାଟ୍ରୋଲିଂ ବେଳେ ପୋଲିସ ଉକ୍ତ କାରକୁ ସନ୍ଦେହ କରି ଅଟକାଇଥିଲା । ପରେ ଯାଞ୍ଚ କରିବାରୁ ସେଥିରୁ ୩ ବସ୍ତା ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି । ପରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ତେବେ ଜିଲ୍ଲାରେ ଏହି ବେଆଇନ ଗଞ୍ଜେଇ ଚାଲାଣର ଚେର କେତେଦୂର ଯାଏ ଲମ୍ବିଛି ଓ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି ।

Related posts

ଦେଢ କେଜିର ବ୍ରାଉନସୁଗାର ଜବତ, କୁଖ୍ୟାତ ବ୍ରାଉନସୁଗାର ବେପାରୀ  ଗିରଫ

mahabharatanews

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

ଫାଣ୍ଡି ନାକ ତଳେ ରନ୍ଧା ଚାଲିଥିଲା ଦେଶି ମଦ: ୫ ଶହ କେଜି ପୋଚ ନଷ୍ଟ, ୫୦ ଲିଟର ଦେଶି ମଦ ଜବତ

mahabharatanews