ଭାରତ

କିଛି ରାଜ୍ୟରେ ବର୍ଷା ସମ୍ଭାବନା !

ନୂଆଦିଲ୍ଲୀ: ଦେଶର କିଛି ଭାଗରେ ବର୍ଷା ହେବାର ସମ୍ଭାବନା। ଆଗମୀ ଦୁଇ ଦିନ ପାଇଁ ମଧ୍ୟ ପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ତେବେ ଏହି ସବୁ ରାଜ୍ୟରେ ବିଭାଗ ୟିଲୋ ଆଲର୍ଟ ଜାରି କରିଛି।

ସୂଚନାନୁଯାୟୀ ,ବିଭାଗ କହିଛି ପାଣିପାଗର ଏହି ସିଷ୍ଟମ କାରଣରୁ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ମାର୍ଚ୍ଚ ୮ ରୁ ୧୦ ଯାଏ ମହାରାଷ୍ଟ୍ର, ଗୁଜରାଟ, ପୂର୍ବ ରାଜସ୍ଥାନ ଓ ପଶ୍ଚିମ ମଧ୍ୟ ପ୍ରଦେଶରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୮ ଏବଂ ୯ ତାରିଖରେ ଉତ୍ତର ମଧ୍ୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁମ୍ୱାଇର ପାଲଘର, ଠାଣେ, ରାୟଗଡ଼ ଏବଂ ରତ୍ନଗିରିରେ କୋହାଲା ପାଗ କରିବା ସହ ବିଜୁଳି ଘଡ଼ଘଡ଼ି ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Related posts

ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

mahabharatanews

PM ଇ-ଡ୍ରାଇଭ୍‌ର ଅବଧି ବଢ଼ିଲା, କିନ୍ତୁ କମିଲା EV ସବସିଡି

mahabharatanews

ଧାରା ୧୪୨ ଆଧାରରେ ତତ୍କାଳ ମିଳିପାରିବ ଛାଡ଼ପତ୍ର

mahabharatanews