ଭାରତ

କିଛି ରାଜ୍ୟରେ ବର୍ଷା ସମ୍ଭାବନା !

ନୂଆଦିଲ୍ଲୀ: ଦେଶର କିଛି ଭାଗରେ ବର୍ଷା ହେବାର ସମ୍ଭାବନା। ଆଗମୀ ଦୁଇ ଦିନ ପାଇଁ ମଧ୍ୟ ପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ତେବେ ଏହି ସବୁ ରାଜ୍ୟରେ ବିଭାଗ ୟିଲୋ ଆଲର୍ଟ ଜାରି କରିଛି।

ସୂଚନାନୁଯାୟୀ ,ବିଭାଗ କହିଛି ପାଣିପାଗର ଏହି ସିଷ୍ଟମ କାରଣରୁ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ମାର୍ଚ୍ଚ ୮ ରୁ ୧୦ ଯାଏ ମହାରାଷ୍ଟ୍ର, ଗୁଜରାଟ, ପୂର୍ବ ରାଜସ୍ଥାନ ଓ ପଶ୍ଚିମ ମଧ୍ୟ ପ୍ରଦେଶରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୮ ଏବଂ ୯ ତାରିଖରେ ଉତ୍ତର ମଧ୍ୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁମ୍ୱାଇର ପାଲଘର, ଠାଣେ, ରାୟଗଡ଼ ଏବଂ ରତ୍ନଗିରିରେ କୋହାଲା ପାଗ କରିବା ସହ ବିଜୁଳି ଘଡ଼ଘଡ଼ି ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Related posts

ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

mahabharatanews

ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରୋଡ୍‌ ସୋ

mahabharatanews

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ; ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews