ଓଡିଶା

ହାତୀ ଉପଦ୍ରଵ : ଭାଙ୍ଗିଲେ ଘର ,ଫସଲ

(କେଉଁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ହାତୀ ଉପଦ୍ରଵ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍ ରାଇସୁଆଁ ପଞ୍ଚାୟତ ରାଣିବେଡା ଗାଁ ନୂଆସାହିରେ ଗୋଠଛଡା ହାତୀଙ୍କ ଉତ୍ପାତ କହିଲେ ନସରେ । ବିଳମ୍ବିତ ରାତିରେ ଏକ ଗୋଠଛଡା ହାତୀ ଗାଁରେ ପଶି ଘର ଭାଙ୍ଗି ଧାନଚାଉଳ ଖାଇବା ସହ କଦଳୀ ଗଛ ଭାଙ୍ଗି ଦେଇଛି। ତେବେ କିଛି ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେପଟେ ବନ ବିଭାଗ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ସ୍ଥାନୀୟ ଲୋକେ ଆସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ , ଖବର ପାଇ ସାହି ଲୋକ ଦନ୍ତା ହାତୀକୁ ସେଠାରୁ ଘଉଡାଇ ଦେଇଥିବା ବେଳେ ତେବେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ହାତୀ ଗାଁ ମୁହାଁ ହେଉଛନ୍ତି ବୋଲି ଆକଳନ କରାଯାଉଛି ।

Related posts

ଆସନ୍ତା ୫ ଦିନ ଘନ କୁହୁଡ଼ି 

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ, ବର୍ତ୍ତିଲେ ଯାତ୍ରୀ

mahabharatanews