ଓଡିଶା

ହାତୀ ଉପଦ୍ରଵ : ଭାଙ୍ଗିଲେ ଘର ,ଫସଲ

(କେଉଁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ହାତୀ ଉପଦ୍ରଵ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍ ରାଇସୁଆଁ ପଞ୍ଚାୟତ ରାଣିବେଡା ଗାଁ ନୂଆସାହିରେ ଗୋଠଛଡା ହାତୀଙ୍କ ଉତ୍ପାତ କହିଲେ ନସରେ । ବିଳମ୍ବିତ ରାତିରେ ଏକ ଗୋଠଛଡା ହାତୀ ଗାଁରେ ପଶି ଘର ଭାଙ୍ଗି ଧାନଚାଉଳ ଖାଇବା ସହ କଦଳୀ ଗଛ ଭାଙ୍ଗି ଦେଇଛି। ତେବେ କିଛି ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେପଟେ ବନ ବିଭାଗ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ଯୋଗୁଁ ସ୍ଥାନୀୟ ଲୋକେ ଆସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ , ଖବର ପାଇ ସାହି ଲୋକ ଦନ୍ତା ହାତୀକୁ ସେଠାରୁ ଘଉଡାଇ ଦେଇଥିବା ବେଳେ ତେବେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ହାତୀ ଗାଁ ମୁହାଁ ହେଉଛନ୍ତି ବୋଲି ଆକଳନ କରାଯାଉଛି ।

Related posts

ମାର୍ଚ୍ଚ ୨୨ରୁ ୨୪ ପରୀକ୍ଷା ବନ୍ଦ

mahabharatanews

୭୨ଘଣ୍ଟା ମାଛଗଡ଼ ପଞ୍ଚାୟତ କୁ ସଟ ଡାଉନ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews