ଓଡିଶା

ଧାନ ଫସଲରେ ପ୍ରବଳ ଗଣ୍ଠି ପୋକ, ଅମଳ ହାନି ହେବା ସମ୍ବାବନା

କଳାହାଣ୍ଡି: ଚକିତ ରବି ଋତୁ ରେଜୟପାଟଣା ଅଞ୍ଚଳରେ ଧାନ ଫସଲ ଅମଳ ଶେଷ ହେବାକୁ ବସିଲାଣି।।ଜାନୁଆରୀ ମାସ ୬ ତାରିଖ ରେ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜ ବାମ କେନାଲ ରୁ ମୋଟେର ପୋଡ଼ବେଡା ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇଥିବା ବେଳେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଧାନ ଫସଲ ହୋଇଛି। ମେ ମାସ ପ୍ରଥମ ସପ୍ତାହ ସୁଦ୍ଧା ଧାନ ଅମଳ କରିବେ ଚାଷୀ।କିନ୍ତୁ ଚଳିତ ଋତୁ ରେ ଧାନ ଫସଲ ଆରମ୍ଭ ରୁ ହୀ ବିଭିନ୍ନ ରୋଗପୋକ ଶିକାର ହେଉଥିବା ବେଳେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଧାନ ଫସଲ କୁ ଯତ୍ନ ସହକାରେ ଅମଳ ଶେଷ କରିବାକୁ ବସିଛନ୍ତି ।

କିନ୍ତୁ ଅମଳ ବେଳକୁ ଧାନ ଫସଲ ରେ ପ୍ରବଳ ବେଗରେ ଗଣ୍ଠିପୋକ ର ଶିକାର ହେଉଥିବା ଦେଖିବାକୁ ମିଳିଛି।ଧାନ କେଣ୍ଡା ସମ୍ପୂର୍ଣ୍ଣ ରୂପେ ଶୁଖିଯାଉଥିବା ବେଳେ ଚାଷୀ ଚିନ୍ତାଗ୍ରସ୍ତ ହେଉଛି। କୃଷି ବିଭାଗ ପକ୍ଷରୁ ପ୍ରତି ଗ୍ରାମପଞ୍ଚାୟତ ରେ ଜଣେ ଜଣେ କୃଷି କର୍ମଚାରୀ ରହିଥିବା ବେଳେ କ୍ଷେତ୍ର ପରିଦର୍ଶନ କରୁନଥିବା ଅଭିଯୋଗ ହୋଇଛି।ନିରୀହ ଚାଷୀ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ସିଞ୍ଚନ କରି ନୟାନ୍ତ ହେଉଥିବା ବେଳେ କୃଷି ସଶକ୍ତିକରଣ ସ୍ୱପ୍ନ ବାଟବଣା ହେଉଛି।।

Related posts

ଗୋଟିଏ ଦିନରେ କପ୍ତିପଦା ଫେରିଲେ ୫୫ ପ୍ରବାସୀ

mahabharatanews

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦ ଡ୍ୟାମର ୧୨ଟି ଗେଟ

mahabharatanews

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews