ଭାରତ

ଆରପାରିରେ ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେ

(ଦିଲ୍ଲୀ) : ଚାଲିଗଲେ ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେ। ହୃଦଘାତ ହେତୁ ଗତକାଲି ମହାରାଷ୍ଟ୍ରର ପୁଣେର ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ସେ କେନ୍ଦ୍ର ଗୃହ ବିଭାଗର ସଚିବ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ସୁଜାତା, ପୁଅ ରାହୁଲ ଏବଂ ଝିଅ ମିରାଙ୍କ ସହ୍ୟ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ , ସହରାଞ୍ଚଳ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ପୂର୍ବରୁ ସେ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଅର୍ଥ ସଚିବ ଥିଲେ।

Related posts

ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

mahabharatanews

ବନ୍ୟା ଓ ଭୂସ୍ଖଳନ ; ବିହାରରେ ସର୍ବାଧିକ ୫୧୮ ମୃତ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୧୦୨ ଆକ୍ରାନ୍ତ ଚିହ୍ନଟ ଓ ୨୭୮ ଜଣ ମୃତ

mahabharatanews