ଓଡିଶା

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ । କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ରେଡ୍ । ତାଙ୍କ ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଖୋର୍ଦ୍ଧା ଓ କଟକ ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।

ଭୁବନେଶ୍ୱର ରଘୁନାଥପୁରରେ ୭ ଓ ବାଙ୍କୀରେ ଗୋଟିଏ ଘରେ ଚଢାଉ ଓ କଳାରାହାଙ୍ଗ ଅଫିସ୍ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛନ୍ତି ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ । କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।

ଭୁବନେଶ୍ୱର ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଘର, ରଘୁନାଥପୁରରେ ଥିବା ଗୋବିନ୍ଦ ଭବନ ନାମକ ୩ ମହଲା କୋଠା, ରଘୁନାଥପୁରରେ ଥିବା ୨ ମହଲା କୋଠା, ଗାଁ ପୋଖରୀ ପାଖରେ ଥିବା ଘର, ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଚଢ଼ାଉ ଚାଲିଛି । କଳାରାହାଙ୍ଗରେ ଥିବା ଭେଟେନାରୀ କାର୍ୟ୍ୟାଳୟ ଓ ରୟାଲ ଆରକେଡରେ ଥିବା ଫ୍ଲାଟରେ ଚଢ଼ାଉ ଚାଲିଛି । ବାଙ୍କୀ ଚାରିଘରିଆରେ ଥିବା ଆଉଟହାଉସରେ ମଧ୍ୟ ଚଢ଼ାଉ ହୋଇଛି । ଏହି ଭିଜିଲାନ୍ସ ରେଡରେ ୫ ଡିଏସପି, ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

Related posts

ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ

mahabharatanews