ଅପରାଧଓଡିଶା

ମାଆ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧ

ରାଇରଙ୍ଗପୁର: ନିଆରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ । । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ସୂଚନାଅନୁସାରେ,ରାତିରେ ଖାଇ ଶୋଇଥିବାବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି ଉଞ୍ଚଗା ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଂଗଲ ମାର୍ଣ୍ଡି ରାତିରେ ଖାଇ ସାରିବା ପରେ ସ୍ତ୍ରୀ ସୁରୁକୁନି ମାର୍ଣ୍ଡି, ଝିଅ ସରିତା ମାର୍ଣ୍ଡି ୫ ବର୍ଷ ଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ ।

ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା । ତେବେ ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେ ବେଳକୁ ଦୁଇ ଶିଶୁ ଓ ଜଣେ ମହିଳା ସମ୍ପୂର୍ଣ୍ଣ ପୋଡିଯାଇଥିଲା । ତେବେ ଏତେ ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଥିବାବେଳେ ସନ୍ଦେହ ଘେରରେ ଆସିଥିବା ପିତାଙ୍କ କୌଣସି କିଛି କ୍ଷୟକ୍ଷତି ହୋଇ ନ ଥିବାର ଦେଖିବାକୁ ମିଳିଥିଲା।

ଝାରପୋଖରିଆ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ମଂଗଲ ମାର୍ଣ୍ଡି କୁ ଥାନାରେ ଅଟକ ରଖିଥିବା ପଚାର ଉଚୁରା କରୁଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି। ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ବଡ ଡାକ୍ତରଖାନା କୁ ପଠାଯିବ । ଯାହାକୁ ନେଇ ଉଞ୍ଚଗା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Related posts

ଆଗାମୀ ୫ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବ

mahabharatanews

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ ଉଦଘାଟନ

mahabharatanews

ଉତ୍ତର-ପୂର୍ବ ବଙ୍ଗୋପସଗାରରେ ଲଘୁଚାପ: ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି

mahabharatanews