ବ୍ୟୁରୋ: ରାଜ୍ୟରେ ନବମ ପରୀକ୍ଷା ଦେଲେନି ୧୪, ୯୩୫ ପିଲା ,ପାଠ ପଢିନଥିବାରୁ ପରୀକ୍ଷା ଦେଲେନି , ନା ଡ୍ରପ ଆଉଟ୍ ? ପ୍ରାୟ ୧୫ ହଜାର ପିଲା ପରୀକ୍ଷା ଦେଇନଥିବା ନେଇ ବୋର୍ଡ କର୍ତୃପକ୍ଷ ସୂଚନା ଦେଇଛନ୍ତି । ନବମ ଶ୍ରେଣୀରେ ମୋଟ୍ ୫ ଲକ୍ଷ ୬୬ ହଜାର ୨୬୯ ପଞ୍ଜିକରଣ କରିଛନ୍ତି ।
ଏଥିମଧ୍ୟରୁ ୫ ଲକ୍ଷ ୫୧ ହଜାର ୩୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୧୪ ହଜାର ୯୩୫ ଜଣ ପରୀକ୍ଷା ଦେଇନାହାନ୍ତି । ଯେଉଁମାନେ ପାସ୍ କରିଛନ୍ତି ସେମାନଙ୍କ ମଧ୍ୟରୁ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧ ଲକ୍ଷ ୧୮ ହଜାର ୭୯୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତେବେ କେଉଁ କାରଣ ପାଇଁ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଲେନି ତାହା ଏବେ ବଡ ପ୍ରଶ୍ନ ?
ପିଲାମାନେ ପାଠ ପଢିନଥିବାରୁ ପରୀକ୍ଷା ଦେବାକୁ ସ୍କୁଲ ଆସିଲେନି ନା ଏମାନେ ଅଧାରୁ ପାଠ ପଢା ଛାଡିଲେ ତାହା ଏବେ ବଡ ପ୍ରଶ୍ନ? ନିକଟରେ ମାଟ୍ରିକ ପରୀକ୍ଷା ହୋଇଥିଲା । ଏହି ସମୟରେ ୪୩ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ନଥିଲେ । ଏହାପରେ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନେ କାହିଁକି ପାଠ ପଢା ଛାଡୁଛନ୍ତି ତାକୁ ଅନୁଶୀଳନ କରି ସମାଧାନ କରିବା ପାଇଁ ଧ୍ୟାନ ଦେବେ ବୋଲି କହିଛନ୍ତି ।