ଓଡିଶାରାଜନୀତି

ଲାଲୁଙ୍କ ଘରେ ସିବିଆଇ ରେଡ୍

ପାଟନା: ଅଡୁଆରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଆଜି ସକାଳୁ ଲାଲୁ ପ୍ରସାଦ ଯାଦବଙ୍କ ଘରେ ରେଡ୍ କରୁଛି ସିବିଆଇ । ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଏକକାଳୀନ ମୋଟ୍ ୧୫ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ । ପାଟନାସ୍ଥିତ ବାସଭବନରେ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରୁଛି ସିବିଆଇ ।

ଚଢଉ ହେଉଥିବା ବିଭିନ୍ନ ଠିକଣାରେ କାହାରି ପ୍ରବେଶକୁ କଡାକଡି ଭାବେ ନିଷେଧ କରାଯାଇଛି । ଏହି ଦୁର୍ନୀତି ମାମଲା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅଙ୍କ ନାଁରେ ରହିଛି । ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡ଼ି ଓ ଫ୍ଲାଟ୍‌ ଠକି ନେଇଥିବା ଅଭିଯୋଗ ରହିଛି ।

Related posts

କୋଭିଡ୍ ମାର୍ଗଦର୍ଶିକା ଅନୁପାଳନରେ ପାଳନ ହେବ ସ୍ୱାଧୀନତା ଦିବସ

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ନାବାଳିକା ଝିଅର ଅଶ୍ଳୀଳ ଫଟୋ ଭାଇରାଲ

mahabharatanews